୨୯ ଏପ୍ରିଲ, ଶୁକ୍ରବାର; ନୂଆ ଯୋଜନାରେ ସଫଳ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 28, 2022

୨୯ ଏପ୍ରିଲ, ଶୁକ୍ରବାର; ନୂଆ ଯୋଜନାରେ ସଫଳ ହେବେ

ମେଷ: ନୂଆ ବ୍ୟବସାୟ ଆରମ୍ଭ ହେବା ସହିତ ଚାକିରିକ୍ଷେତ୍ରରେ ପ୍ରମୋସନ ହେବ।କୌଣସି ବଡ ବ୍ୟବସାୟ କରିବା ପାଇଁ ଚୁକ୍ତି ମଧ୍ୟ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ବୃଷ:  ପୁରାତନ ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହେବ।ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ। ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ।

ମିଥୁନ: ଦୂରସ୍ଥାନକୁ ଯାତ୍ରାକଲେ ମଧ୍ୟ ଆଶାନୁରୂପ ଲାଭ ମିଳିବ ନାହିଁ। ଅଯଥା ଭ୍ରମଣ କରିବା ଦ୍ୱାରା ଅର୍ଥହାନି ଦେଖାଯିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଯିବ।

କର୍କଟ: ଅସ୍ଥିରତା ବୃଦ୍ଧିହେବା ସହିତ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ମାନସମ୍ମାନରେ ହାନି ଘଟିବା ସହିତ ବୃଥା ଅପବାଦ ଦେଖାଯିବ। କର୍ମକ୍ଷେତ୍ରରେ କିଛି ଗୁପ୍ତଶତୃ କ୍ଷତି ପହଞ୍ଚାଇ ପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବା ସହିତ ଅର୍ଥବ୍ୟୟ ହେବ।

ସିଂହ: ନୂଆ ଯୋଜନାରେ ସଫଳ ହେବେ। ଆର୍ଥିକ ସହାୟତା ମିଳିପାରେ। ପରିବାରରେ ଖୁସିର ବାତାବରଣ ରହିବ।

କନ୍ୟା: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ।

ତୁଳା: ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ।  ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ବିଚ୍ଛା: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। କର୍ମକ୍ଷେତ୍ର ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।

ମକର: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ।

କୁମ୍ଭ: ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ମୀନ: ରାଜନୈତିକ କ୍ଷେତ୍ରରେ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।

The post ୨୯ ଏପ୍ରିଲ, ଶୁକ୍ରବାର; ନୂଆ ଯୋଜନାରେ ସଫଳ ହେବେ appeared first on Odisha Reporter.



from Odisha Reporter https://ift.tt/HhgtSxz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages