କୋକାକୋଲା ମତଲବ୍‌ ‘ଏଲନ ମସ୍କ’ ! ଟ୍ୱିଟରକୁ କିଣିବା ପରେ ନୂଆ ପ୍ଲାନ୍‌ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 27, 2022

କୋକାକୋଲା ମତଲବ୍‌ ‘ଏଲନ ମସ୍କ’ ! ଟ୍ୱିଟରକୁ କିଣିବା ପରେ ନୂଆ ପ୍ଲାନ୍‌ ଘୋଷଣା

ନୂଆଦିଲ୍ଲୀ: “ଥଣ୍ଡା ମତଲବ କୋକାକୋଲା”। ଥଣ୍ଡା ପାନୀୟ କମ୍ପାନୀ କୋକୋକୋଲାର ଏହା ପଞ୍ଚ ଲାଇନ୍ ଭାବେ ଆପଣ ଜାଣିଥିବେ। ହେଲେ ଏହି ଉକ୍ତି ଆଗକୁ ବଦଳି ଯାଇପାରେ। ଏହା ବଦଳରେ ହୋଇପାରେ ‘କୋକାକୋଲା ମତଲବ ଏଲନ ମସ୍କ”। କାରଣ ମେଗା ପାନୀୟ କମ୍ପାନୀର ଆଗକୁ ନୂଆ ବସ୍‌ ହୋଇପାରନ୍ତି ଏଲନ ମସ୍କ।

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ମାଲିକ ହେବା ପରେ ଆଉ କଣ ଚାହାନ୍ତି ଏଲନ ମସ୍କ। ଟ୍ୱିଟରକୁ କିଣିବାର ଦିନକ ପରେ ଏଲନ ତାଙ୍କର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଆଉଟ୍‌ ସ୍ପୋକେନ୍ ଟେଲସାର ସିଇଓ ଥିବା ଏଲନ ତାଙ୍କର ଅଭିଯାନ ସମ୍ପର୍କରେ ଖୁଲାସା କରିଛନ୍ତି। ଆଗକୁ ସେ ମୃଦୁପାନୀୟ କମ୍ପାନୀ ‘କୋକାକୋଲା’କୁ  କିଣିବେ ବୋଲି ଟ୍ୱିଟରରେ ଘୋଷଣା କରିଛନ୍ତି। ଗୋଟିଏ ବାକ୍ୟରେ ମୁଁ ଏବେ କୋକା କୋଲାକୁ କିଣିବି ବୋଲି ଲେଖିଛନ୍ତି। ମଙ୍ଗଳବାର ମସ୍କ ୪୪ ବିଲିଅନ ଡଲାରରେ  ୧୦୦ ପ୍ରତିଶତ ଟ୍ୱିଟରକୁ କିଣିନେଇଛନ୍ତି। ଯାହାର ସେୟାର ହେବ ୫୪.୨୦ ଡଲାର।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଉ ଶେଷରେ ଏଲନଙ୍କ ହାତକୁ ଯାଇଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ। ଟ୍ୱିଟରକୁ କିଣିବା ପାଇଁ ବ୍ୟାପକ ମୂଲଚାଲ ହୋଇଥିଲା। ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଟ୍ୱିଟରକୁ ଗ୍ରହଣ କରିଛି। କିଛ ଦିନ ତଳେ ଟ୍ୱିଟରକୁ ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି କମ୍ପାନୀ ଚାଲିନଯିବ, ସେଥିପାଇଁ ବିଭିନ୍ନ ପନ୍ଥା ଆପଣେଇଥିଲେ।

କିନ୍ତୁ ଏଲନଙ୍କ ଷ୍ଟ୍ରାଟେଜି ଆଗରେ ସେସବୁ ଫେଲ୍‌ ମାରିଥିଲା।  ବାକ୍ ସ୍ୱାଧୀନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଥିଲେ ମସ୍କ। ଏକ ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର ବୋଲି ସେ କହିଥିଲେ।

ମାର୍ଚ୍ଚରେ ଟ୍ୱିଟର ଉପରେ ଏକ ପୋଲ୍ କରିଥିଲେ ମସ୍କ।ଟ୍ୱିଟର ଫ୍ରି ସ୍ପିଚ୍‌କୁ ସୁରକ୍ଷା ଦେଇପାରୁଛି କି ନାହିଁ, ଏନେଇ ମସ୍କ ନିଜର ଫଲୋୟର୍ସଙ୍କୁ ପଚାରିଥିଲେ।  ଏଥିରେ ୨୦ ଲକ୍ଷ ୟୁଜର୍ସ ଜବାବ ଦେଇଥିବା ମସ୍କ ଦାବି କରିଥିଲେ। ତେବେ ୭୦ ପ୍ରତିଶତ ଉତ୍ତର ନା ଥିବା ସେ କହିଛନ୍ତି। ଏହାପରେ ଏଲନ ମସ୍କ ଟ୍ୱିଟରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଏହାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ।

The post କୋକାକୋଲା ମତଲବ୍‌ ‘ଏଲନ ମସ୍କ’ ! ଟ୍ୱିଟରକୁ କିଣିବା ପରେ ନୂଆ ପ୍ଲାନ୍‌ ଘୋଷଣା appeared first on Odisha Reporter.



from Odisha Reporter https://ift.tt/WEknsTa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages