ଅଣ୍ଡା ଫ୍ରାଏଡ ରାଇସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 19, 2022

ଅଣ୍ଡା ଫ୍ରାଏଡ ରାଇସ

ଆବଶ୍ୟକ ସାମଗ୍ରୀ: ଚାଉଳ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଅଣ୍ଡା,  ଟମାଟୋ, ଅଦା, ରସୁଣ ପେଷ୍ଟ, ତେଲ, କଟା ପିଆଜ,

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଗରମ ଭାତ ରୋଷେଇ କରି ତାକୁ କିଛି ସମୟ ପାଇଁ ଏକ ପାତ୍ରରେ ଥଣ୍ଡା କରି ଦିଅନ୍ତୁ। ପରେ ସେଥିରେ ଅଳ୍ପ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ରିଫାଇନ ତେଲ ଓ ଲୁଣ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ଗରମ ହେବା ପରେ  ସେଥିରେ ଲଙ୍କା ଗୁଣ୍ଡ ଓ  ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଣ୍ଡା ପକାଇ ଭୁଜିଆ ବନାନ୍ତୁ। ଅଣ୍ଡା ଭୁଜିଆ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏହାପରେ ପୁଣି ଥରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଲାଲ ହେବା ପରେ ସେଥିରେ ଲଙ୍କା ଗୁଣ୍ଡ, ଚିକେନ ପାଉଡର, ହଳଦି ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କିଛି କଟା ଟମାଟୋ ପକାଇ ମସଲାକୁ କିଛି ସମୟ ପାଇଁ ଢ଼ାଙ୍କି ଦିଅନ୍ତୁ। ଟମାଟୋ ମସଲାରେ ମେଲ୍ଟ ହୋଇଯିବା ପରେ ସେଥିରେ ଅଣ୍ଡା ଭୁଜିଆକୁ ପକାଇ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ପରେ ସେଥିରେ ମସଲା ଭାତକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।  କିଛି ସମୟ ଏହାକୁ ଗ୍ୟାସରେ ବସାଇ ରଖନ୍ତୁ। ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଣ୍ଡା ଫ୍ରାଏଡ ରାଇସ୍।

The post ଅଣ୍ଡା ଫ୍ରାଏଡ ରାଇସ appeared first on Odisha Reporter.



from Odisha Reporter https://ift.tt/7V624LY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages