ପିଲାଙ୍କ ବଦଳରେ କବାଡ଼ିବାଲା ହାତରେ ମାଗଣା ବହି, ପ୍ରଧାନଶିକ୍ଷକ କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 19, 2022

ପିଲାଙ୍କ ବଦଳରେ କବାଡ଼ିବାଲା ହାତରେ ମାଗଣା ବହି, ପ୍ରଧାନଶିକ୍ଷକ କହିଲେ…

କୋଏଡା(ସୁନିଲ ପଣ୍ଡା): ସର୍ବଶିକ୍ଷା ଯୋଜନା ଅଧୀନରେ ସମସ୍ତଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ରାଜ୍ୟ ସରକାର ମାଗଣା ବହି ଯୋଗାଇ ଦେଉଥିବା ବେଳେ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ବି କରୁଛନ୍ତି। ହେଲେ ମାଗଣା ବହି ପିଲାଙ୍କୁ ପ୍ରଦାନ କରାଯିବା ବଦଳରେ କବାଡ଼ିବାଲା ହାତକୁ ଟେକି ଦିଆଯାଉଛି। ଏପରି ଅଭାବନୀୟ ଘଟଣା  ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଧୁସିତ କୋଇଡା ବ୍ଲକ ସର୍ଗିଗଡ଼ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ବିଦ୍ୟାଳୟରେ ଦେଖିବାକୁ ମିଳିଥିବା ବେଳେ ତେଜିଛି ଅସନ୍ତୋଷ। ଏପରିକି ଖୋଦ ବିଦ୍ୟାଳୟ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ମିଳିଥିବା ଅଭିଯୋଗ ଅନୁଯାୟୀ, ସର୍ଗିଗଡ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂ ୨୦୧୯-୨୦୨୦ ,  ୨୦୨୦-୨୦୨୧ , ୨୦୨୧-୨୦୨୨ ଶିକ୍ଷା ବର୍ଷର ବହି ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ବଦଳରେ କବାଡି ବାଲାକୁ ବିକି ଦେଇଥିଲେ। ତିନି ହଜାରରୁ ଊର୍ଦ୍ଧ୍ୱ ବହି ଏକ ଅଟୋରେ ବୋଝେଇ ହୋଇ ଯାଉଥିବା ବେଳେ ତାହାକୁ ଧରିଛନ୍ତି ଗ୍ରାମବାସୀ।  ବହି କେଉଁଠୁ ଆଣିଲ ପଚାରିବାରୁ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟରୁ ବହି ଆଣିଥିବା କହିଛି ଅଟୋ ଚାଳକ ।

ହେଲେ ମୁଁ ଏ ସମ୍ପର୍କରେ କିଛି ଜାଣିନି। ବହି ବିକ୍ରି ହୋଇନି। ସ୍କୁଲ ଗଲେ ଜଣାପଡ଼ିବ ବୋଲି ସଫେଇ ଦେଇଛନ୍ତି ସର୍ଗିଗଡ଼ ପ୍ରଧାନଶିକ୍ଷକ ଛନ୍ଦାଚରଣ ସିଂହ । ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ କିପରି ଓ କା ଏତେ ସଂଖ୍ୟ ବହିକୁ ବାହାରକୁ ପଠାଗଲା, ତାହା କେଉଁଠିକୁ ଓ କାହା ପାଖକୁ ଯାଉଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାବାଦ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା ପ୍ରଧାନଶିକ୍ଷକ କହୁଥିବା ବେଳେ ଏହା ତାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣୁଛି।

ଏନେଇ କୋଇଡ଼ା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି, ପିଲା ବହି ନେବା ପରେ ବି କିଛି ବଳି ଯାଉଥିବ । ବହୁ ପିଲା ଡ୍ରପ ଆଉଟ ହେବା ପରେ ବହି ରହି ଯାଇଥିବ । ପିଲା ନ ଆସିଲେ ଘରେ ଘରେ ବୁଲି ବହି ଦେବା କଥା। ହୁଏତ ସ୍କୁଲ କର୍ତ୍ତୃପକ୍ଷ ଏଥିରେ କିଛି ଖିଲାପ କରିଥିବେ। ଅଧିକ ସଂଖ୍ୟକ ବହି ଗଦା ହୋଇଗଲେ ଅଳିଆ ହେବ ଭାବି ତାହାକୁ ସଫା କରିବା ପାଇଁ ଏପରି କରାଯାଇଥିବ । ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବୁ ।

ସର୍ବଶିକ୍ଷା ଯୋଜନା ଅଧୀନରେ ସମସ୍ତଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ରାଜ୍ୟ ସରକାର ହାତକୁ ନେଉଛନ୍ତି ବହୁ ଯୋଜନା। ସରକାରଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଯୋଗାଇ ଦିଆଯାଉଥିବା ବେଳେ ମାଗଣା ଶିକ୍ଷା ଦାନ ସହ ଖାଇବା ବ୍ୟବସ୍ଥା ବି କରାଯାଉଛି।  ହେଲେ ସରକାରଙ୍କ ତରଫରୁ ମିଳୁଥିବା ମାଗଣା ବହିଙ୍କୁ ପିଲାଙ୍କୁ ପ୍ରଦାନ କରାଯିବା ବଦଳରେ କବାଡ଼ି ବାଲା ହାତକୁ ଟେକି ଦିଆଯିବା ଘଟଣା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

 

The post ପିଲାଙ୍କ ବଦଳରେ କବାଡ଼ିବାଲା ହାତରେ ମାଗଣା ବହି, ପ୍ରଧାନଶିକ୍ଷକ କହିଲେ… appeared first on Odisha Reporter.



from Odisha Reporter https://ift.tt/S9xoEGs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages