ବଢ଼ିବ ଓମଫେଡ ମୂଲ୍ୟ, ୨୧ରୁ ଲାଗୁ ହେବ ନୂଆ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 18, 2022

ବଢ଼ିବ ଓମଫେଡ ମୂଲ୍ୟ, ୨୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ ଶୀଘ୍ର ବଢ଼ିବ ଓମଫେଡ୍ କ୍ଷୀର ଦର । ଆସନ୍ତା ୨୧ ତାରିଖରୁ ଲାଗୁ ହେବ ନୂଆ ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି  ।

ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି  ।

ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ର କରିବାକୁ ଯାଉଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ  ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।

ଅନ୍ୟପକ୍ଷେ,  ମହଙ୍ଗା ମାଡ଼ରେ ବ୍ୟତିବ୍ୟସ୍ତ ହେଲେଣି ସାଧାରଣ ଲୋକେ । ଦିନକୁ ଦିନ କ୍ରମାଗତ ଭାବରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ୍ ଡିଜେଲ୍ ଦର ଠାରୁ ଆରମ୍ଭ କରି ଲେମ୍ୱୁ ଓ ବସ୍‌ ଭଡ଼ା ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଅହେତୁକ ବୃଦ୍ଧି ପାଇପାରେ ଲାଗିଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ୁଥିବା ବେଳେ ବିଗିଡ଼ି ଯାଉଛି ଘରର ବଜେଟ ।

The post ବଢ଼ିବ ଓମଫେଡ ମୂଲ୍ୟ, ୨୧ରୁ ଲାଗୁ ହେବ ନୂଆ ଦର appeared first on Odisha Reporter.



from Odisha Reporter https://ift.tt/OYPH0cD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages