ଲୋୟର ପିଏମଜିରେ ହଜାର ହଜାର ଡ୍ରାଇଭର, କହିଲେ- ଦାବି ପୂରଣ ନ ହେଲେ ରାଜଧାନୀ ଛାଡ଼ିବୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 17, 2022

ଲୋୟର ପିଏମଜିରେ ହଜାର ହଜାର ଡ୍ରାଇଭର, କହିଲେ- ଦାବି ପୂରଣ ନ ହେଲେ ରାଜଧାନୀ ଛାଡ଼ିବୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ସରକାର। ନିଜ ନାର୍ଯ୍ୟ ଦାବି ପାଇଁ ଲୋୟର ପିଏମିଜି ଛକରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାର ଡ୍ରାଇଭର। ଦାବିପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

୧୧ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାରେ ବସିଛନ୍ତି।

ଗତକିଛି ମାସ ତଳେ ସଂଘ ପକ୍ଷରୁ ମହା ରାଲିର ଆୟୋଜନ କରି ସରକାରଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା। ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ ନ କରିବାରୁ ଆନ୍ଦୋଳନକୁ ଜୋରଦାର କରିଛି ସଂଘ।


                                  ଲୋୟର ପିଏମିଜିରେ ଧାରଣା ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ

ଜଣେ ଆନ୍ଦୋଳନକାରୀ କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଲୋଭନ ଦେଖାଇ ବିଦା କରି ଦେଇଥିଲେ। ଏଥର ଆମର ହକ୍‌ ପାଇଁ
ରାସ୍ତାକୁ ଓହ୍ଲାଇଛୁ।  ଆମ ଦାବି ପୂରଣ ନହେଲା ଯାଏ, ରାଜଧାନୀ ଛାଡ଼ିବୁ ନାହିଁ।

ଆଉ ଜଣେ  ଆନ୍ଦୋଳନକାରୀ କହିଛନ୍ତି, ଆମେ ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମାଗୁ ନାହୁଁ। ଆମେ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବି କରୁଛୁ। ଆମେ ଡ୍ରାଇଭରମାନେ ୧୦ ହଜାର ଟଙ୍କା ଟିଏଲ୍‌ ବନାଉଛୁ।  ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କିଛି ମିଳୁନାହିଁ। ଡ୍ରାଇଭରମାନଙ୍କ ପାଇଁ ସରକାର ୪ ଲକ୍ଷ ଟଙ୍କା ବୀମା ଦେବା କଥା କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା ଘୋଷଣା ହେଲା ନାହିଁ। କୌଣସି ସ୍ଥାନରେ ଆମକୁ ମାଡ଼ ହେଲେ ଥାନାରେ  ଅଭିଯୋଗ କଲେ ଥାନାବାଲା ଏତଲା ଗ୍ରହଣ କରୁ ନାହାନ୍ତି। କରୋନା ସମୟରେ ଆମେ ଦିନ ରାତି ଏକାଠି କରି କାମ କରୁଥିଲୁ। ସରକାର ପକ୍ଷରୁ ଆମକୁ କିଛି ସୁବିଧା ମିଳିଲା ନାହିଁ। ଆମେ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛୁ।

The post ଲୋୟର ପିଏମଜିରେ ହଜାର ହଜାର ଡ୍ରାଇଭର, କହିଲେ- ଦାବି ପୂରଣ ନ ହେଲେ ରାଜଧାନୀ ଛାଡ଼ିବୁ ନାହିଁ appeared first on Odisha Reporter.



from Odisha Reporter https://ift.tt/fyrVQb3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages