କାଠମାଣ୍ଡୁରେ: ବସ୍‌-କାର ମୁହାଁମୁହିଁ ଧକ୍କା: ୪ ଭାରତୀୟ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 25, 2022

କାଠମାଣ୍ଡୁରେ: ବସ୍‌-କାର ମୁହାଁମୁହିଁ ଧକ୍କା: ୪ ଭାରତୀୟ ମୃତ

କାଠମାଣ୍ଡୁ: ନେପାଳର  ଢାଡିଙ୍ଗ ଜିଲ୍ଲାରେ ଏକ ବସ୍‌-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି।

ପୁଲିସ କହିବା ଅନୁଯାୟୀ,  ଠାକରେ ଇଲାକା ପ୍ରଥିଭିରାଜ ଜାତୀୟ ରାଜପଥରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ପୋଖରା ପରିଦର୍ଶନ ପରେ ପରେ ସମ୍ପୃକ୍ତ ୪ ଜଣ ଭାରତୀୟ ପର୍ଯ୍ୟଟକ କାଠମାଣ୍ଡୁକୁ ଏକ କାରରେ ଫେରୁଥିଲେ। କାରଟିକୁ ନେପାଳର ଡ୍ରାଭର ଚଲାଉଥିଲେ। ତେବେ ଡ୍ରାଭରଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ବସ୍‌ଟି ଢାଡିଙ୍ଗରୁ କାଠାମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକମାନେ ହେଲେ  ବିମଳଚନ୍ଦ୍ର ଅଗ୍ରୱାଲ, ସାଧନା ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ, ରାକେଶ ଅଗ୍ରୱାଲ ଏବଂ ଦିଲବାହାଦୁର। ପ୍ରଥମ ୩ ଜଣଙ୍କ ଘର ଉତ୍ତରପ୍ରଦେଶର ହୋଇଥିବା ବେଳେ ୪ ନମ୍ବର ବ୍ୟକ୍ତିଙ୍କ ଘର ତାମିଲନାଡ଼ୁରେ। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଏକ ସ୍ଥାନୀୟ ହସପିଟାଲକୁ ସ୍ଥନାନ୍ତର କରାଯାଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି।

The post କାଠମାଣ୍ଡୁରେ: ବସ୍‌-କାର ମୁହାଁମୁହିଁ ଧକ୍କା: ୪ ଭାରତୀୟ ମୃତ appeared first on Odisha Reporter.



from Odisha Reporter https://ift.tt/ZPKVDuM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages