ଖଲ୍ଲିକୋଟ (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ଆହତଯାତ୍ରୀଙ୍କ ମଧ୍ୟରେ ବୃଦ୍ଧ ଓ ମହିଳା ମଧ୍ୟ ଥିବା ଜଣାଯାଇଛି।
ବସ୍ଟି ତାମିଲନାଡୁରୁ ୪୮ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିଲା। ଗତକାଲି ସେମାନେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି ବିଳମ୍ବିତ ରାତିରେ ଫେରୁଥିଲେ। ଏହି ସମୟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପୁଲିସ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ଅନ୍ୟ ଯାତ୍ରୀମାନଙ୍କର କିଛି ହୋଇନାହିଁ।
୧୬ ନମ୍ବର ଜାତୀୟ ରାଜପଥ ମରାମତି କାମ ଚାଲିଥିବା ଯୋଗୁ ଦୁର୍ଘଟଣା ଘଟିଥାଇପାରେ ଅନୁମାନ କରାଯାଉଛି।
The post ପୁରୀରୁ ଫେରୁଥିବା ବେଳେ ଓଲଟି ପଡ଼ିଲା ବସ୍ appeared first on Odisha Reporter.
from Odisha Reporter https://ift.tt/KGwJhcz
No comments:
Post a Comment