ରାଜଗାଙ୍ଗପୁର (ଓଡ଼ିଶା ରିପୋର୍ଟର): ପ୍ରଥମେ ପ୍ରେମ। ତା’ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଆଉ ଶେଷରେ ପ୍ରତାରଣା। ଜଣେ ଅତିରିକ୍ତ ତହସିଲଦାରଙ୍କ ଠାରୁ ଏପରି ଧୋକା ଖାଇଛନ୍ତି ଜଣେ ଯୁବତୀ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଅତିରିକ୍ତ ତହସିଲଦାର ଥିବା ରୁପକ କୁଜୁର। ଗତକାଲି ଯୁବତୀଙ୍କ ଜଣଙ୍କ ରାଜଗାଙ୍ଗପୁର ଥାନାର ତାଙ୍କ ନାଁରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କର ଡାକ୍ତରୀମାଇନା କରି ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଅତିରିକ୍ତ ତହସିଲଦାର ରୁପକଙ୍କ ଘର ରାଜଗାଙ୍ଗପୁର ଥାନା ଲାଞ୍ଜିବାନା ଫାଣ୍ଡି ଅନ୍ତର୍ଗତ ଅଲଣ୍ଡା ଗାଁରେ। ସେ ନିଜ ଗାଁର ଜଣେ ଯୁବତୀଙ୍କୁ ୨୦୦୮ ମସିହାରୁ ପ୍ରେମ କରୁଥିଲେ। ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ରୁପକ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ଯୁବତୀ ଜଣଙ୍କ ଏହି ବିଷୟରେ ରୁପକକୁ ପଚାରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ପରେ ଯୁବତୀ ଜଣଙ୍କ ଗତକାଲି ରୁପକଙ୍କ ନାଁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରୁପକଙ୍କ ଡାକ୍ତରୀମାଇନା କରି ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଏ ମାମଲାରେ ଅଭିଯୋଗକାରିଣୀ କିମ୍ବା ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post ଲଭ୍,ସେକ୍ସ ଓ ଧୋକା: ଅତିରିକ୍ତ ତହସିଲଦାର ଗିରଫ appeared first on Odisha Reporter.
from Odisha Reporter https://ift.tt/reE8kHt
No comments:
Post a Comment