ହନୁମାନ ଚାଳିଶା ପାଠ ବିବାଦ: ରାଣା ଦମ୍ପତିଙ୍କୁ  ଅଲଗା ଜେଲରେ ରଖିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 24, 2022

ହନୁମାନ ଚାଳିଶା ପାଠ ବିବାଦ: ରାଣା ଦମ୍ପତିଙ୍କୁ  ଅଲଗା ଜେଲରେ ରଖିଲା ପୁଲିସ

ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦ ମାମଲାରେ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖିଛି ପୁଲିସ। ଆଜି ସକାଳେ ମହାରାଷ୍ଟ୍ରର ସ୍ୱାଧୀନ ଏମପି ନଭନୀତି ରାଣାଙ୍କୁ  ମୁମ୍ବାଇର ବାଇକୁଲା ମହିଳା ଜେଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ  ସ୍ୱାମୀ ରବି ରାଣାଙ୍କୁ ତାଲୁଜା ଜେରେ ରଖାଯାଇଛି। ଉଭୟଙ୍କ ପାଇଁ ଜେଲ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସମ୍ମୁଖରେ ହନୁମାନ ଚାଳିଶା ପାଠ ପାଇଁ ଖୋଲା ଚାଲେଞ୍ଚ ଦେବା ପରେ ପୁଲିସ ଉଭୟଙ୍କୁ ଶନିବାର ଗିରଫ  କରିଥିଲା।

ଗିରଫ ଦମ୍ପତିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦେଶ ଦ୍ରୋହ ମକଦ୍ଦମା ରୁଜୁ କରିଛି। ରବିବାର ରାରା ଦମ୍ପତିଙ୍କୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି କୋର୍ଟ।  ଅମରାବତୀର ଏମପି ଥିବା ନଭନୀତି ରାଣାଙ୍କୁ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସ ବାଇକୁ଼ଲା ମହିଳା ଜେଲକୁ ସ୍ଥାନାନ୍ତର କରିଛି। ସେହିପରି ବଡନେରାରୁ ବିଧା୍ୟକ ଥିବା ତାଙ୍କ ସ୍ୱାମୀ ରବି ରାଣାଙ୍କୁ ପ୍ରଥମେ ଆର୍ଥର ରୋଡ଼ ଜେଲକୁ ନିଆଯାଥିଲା। କିନ୍ତୁ ସେଠାରେ ସ୍ଥାନ ଅଭାବ ଥିବାରୁ ପରେ ତାଙ୍କୁ ତାଲୋଜା ଜେଲକୁ ନିଆଯାଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଉଭୟଙ୍କୁ  ଅଲଗା ରଖାଯାଇଛି। ତେବେ ଗିରଫ ପୂର୍ବରୁ ଟ୍ୱିଟ୍ କରି ରାଣା ଦମ୍ପତି କହିଛନ୍ତି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶରେ ସେମାନଙ୍କ ନାଁରେ ମିଛ କେସ୍ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ଯୋଜନାରୁ ସେମାନେ ଓହରି ଯାଇଥିଲେ। ଏହା ପରେ ସେମାନଙ୍କ ନାଁରେ ମିଛ କେସ୍ କରାଯାଇଛି।

ସେମାନେ ଆହୁରି ଲେଖିଛନ୍ତି, ଉଦ୍ଧବ ଠାକରେଙ୍କ ଚାପରେ ଆମକୁ ମିଛ ମାମଲାରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ବାରମ୍ବାର ଧମକ ଦେଇ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଅଭିଯୋଗରେ ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍ ରାଣା ଦମ୍ପତିଙ୍କୁ ଗିରଫ କରିଥିଲା।

ଚଳିତ ମାସ ପ୍ରାରମ୍ଭରେ ରବି ରାଣା ଦାବି କରିଥିଲେ ଯେ ହନୁମାନ ଜୟନ୍ତୀରେ ଉଦ୍ଧବ ଠାକରେ ତାଙ୍କ ଘରେ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ସେମିତି ନ କରିବେ, ତା’ହେଲେ ସେ ‘ମାତୋଶ୍ରୀ’ ଯାଇ ନିଜେ ହନୁମାନ ଚାଳିଶା ପାଠ କରିବେ। ଗତକାଲି ରାଣା ଦମ୍ପତି ମାତୋଶ୍ରୀ ଯିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ବି ଆଇନ ଶୃଙ୍ଖଳ ସ୍ଥିତି ସୃଷ୍ଟି ନ କରିବାକୁ ଶେଷ ମୁହୂର୍ତ୍ତରେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ।

ଅନ୍ୟପକ୍ଷରେ ରାଣା ଦମ୍ପତିଙ୍କ ବିରୋଧରେ ଆଇପିସିର ଧାରା ୩୫୩ ଅଧୀନରେ ଆଉ ଏକ ମାମଲା ରୁଜୁ କରିଛି ପୁଲିସ୍‌। ଜଣେ ସରକାରୀ କର୍ମଚାରୀଙ୍କ ତାଙ୍କ କାର୍ଯ୍ୟ ସଂପାଦନ କରିବାରେ ବାଧା ଦେବା ଅଭିଯୋଗରେ ଏହି ମାମଲା ରୁଜୁ କରିଛି ପୁଲିସ୍।

The post ହନୁମାନ ଚାଳିଶା ପାଠ ବିବାଦ: ରାଣା ଦମ୍ପତିଙ୍କୁ  ଅଲଗା ଜେଲରେ ରଖିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/BGxCEgA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages