ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ପୁଣି ରାଷ୍ଟ୍ରପତି ନିର୍ବାଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 24, 2022

ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ପୁଣି ରାଷ୍ଟ୍ରପତି ନିର୍ବାଚିତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ଶାସନ କ୍ଷମତାର ପୁଣି ଥରେ ମଙ୍ଗ ଧରିଛନ୍ତି ଇମାନୁଏଲ ମାକ୍ରନ୍‌। ଗତକାଲି ଅନୁଷ୍ଟିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ ସହିତ ତାଙ୍କର ଲଢ଼େଇ ହୋଇଥିଲା। ତେବେ କଡ଼ା ଟକ୍କର ମଧ୍ୟରେ ଭିତରେ ମାକ୍ରନ୍‌ ୫୮ ପ୍ରତିଶତ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି। ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରୋନଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।

ତେବେ ତାଙ୍କ ପ୍ରତିଦ୍ୱନ୍ଦୀ ଲି ପେନ୍‌ଙ୍କୁ ୪୨ ପ୍ରତିଶତ ଭୋଟ୍‌ ମିଳିଛି। ଗତ ନିର୍ବାଚନ ତୁଳନାରେ ଏଥର କମ୍‌ ମତଦାନ ହୋଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଦ୍ୱିତୀୟଥର ପାଇଁ ରାଷ୍ଟ୍ର ମୁଖ୍ୟ ଭାବେ  ନିର୍ବାଚିତ ହେବା ମାକ୍ରନ୍‌ ହେଉଛନ୍ତି ପ୍ରଥମ ଫ୍ରେଞ୍ଚ ରାଷ୍ଟ୍ରପତି। ବିଜୟ ପରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ଇମ୍ମାନୁଏଲ୍‌ ମାକ୍ରୋନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି  ଜଣାଛନ୍ତି।

ସେହରିପରି ବିଶ୍ୱରର ଅନ୍ୟାନ୍ୟ ନେତାମାନେ ମଧ୍ୟ ମାକ୍ରୋନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଗତ ରାତିରେ ଟ୍ୱିଟ୍‌ କରି କରି  ନିର୍ବାଚନୀ ବିଜୟ ଲାଗି ରାଷ୍ଟ୍ରପତି ଇମ୍ମାନୁଏଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ଇମାନୁଏଲ ମାକ୍ରନ୍‌ ଫ୍ରାନ୍ସରେ ପୁଣି ରାଷ୍ଟ୍ରପତି ନିର୍ବାଚିତ appeared first on Odisha Reporter.



from Odisha Reporter https://ift.tt/ZJUWHRa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages