ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଶିକାର କରିବା ପାଇଁ ଯାଇ ଶିକାର ହେଲେ ଶିକାରୀ। ପଶୁ ଶିକାର ପାଇଁ ଗଲା ବେଳେ ଅସାବଧାନତା କାରଣରୁ ଗୁଳି ଫୁଟି ଯିବାରୁ ଘଟଣାସ୍ଥଳରେ ଟଳି ପଡ଼ିଲେ ଶିକାରୀ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗାଁରେ। ମୃତକ ହେଲେ ରୋହିତ ନାଇକ।
ଗତକାଲି ରୋହିତ ବାରହା ଶିକାର କରିବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ବନ୍ଧୁକ ଧରି ଯାଉଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ଗୁଳି ଫୁଟି ଯାଇଥିଲା। ଗୁଳିଟି ରୋହିତଙ୍କ ବାମ ହାତରେ ବାଜି ଥିଲା। ଗୁରୁତର ଅବସ୍ଥାରେ ରୋହିତଙ୍କୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
The post ଶିକାର ପାଇଁ ଯାଇ ଟଳି ପଡ଼ିଲେ ଶିକାରୀ appeared first on Odisha Reporter.
from Odisha Reporter https://ift.tt/oRwPs5V
No comments:
Post a Comment