ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣି ଥରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଆକ୍ରମଣ କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ବାବ୍ରି ମସଜିଦ୍ ଭଙ୍ଗ ବେଳେ ରାଜଠାକରେ କେଉଁଠି ଥିଲେ। ବାବ୍ରି ମସଜିଦ୍ ଭଙ୍ଗବେଳେ ରାଜ ଠାକରେଙ୍କ ଦଳ ଓ ବିଜେପି ଲୁଚିଥିଲେ ବୋଲି ପୂର୍ବରୁ ଥରେ କହିଥିଲେ ଉଦ୍ଧବ ଠାକରେ। ଏକ ସଭାରେ ଉଦ୍ଧବ ଠାକରେ ଓ ଶିବସାନା ମୁଖପାତ୍ର ସଞ୍ଜୟ ରାଉତ୍ ଯୋଗ ବିଜେପି ଏବଂ ଏମଏନଏସକୁ ଟାର୍ଗେଟ କରିଥିଲେ। ସଞ୍ଜୟ ରାଉତ୍ କହିଥିଲେ ଯେ,
ଗେରୁଆ ଦଳ ଏବଂ ଏମଏନଏସର ହିନ୍ଦୁତ୍ୱ ଏଜେଣ୍ଡା ନକଲି। ଉଦ୍ଧବ ଠାକରେ କହିଛନ୍ତି ଯେ, ରାଜ ଠାକରେ ଏବେ ଅଯୋଧ୍ୟା ଯାଉଛନ୍ତି। ଏବେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇସାରିଲାଣି। କିନ୍ତୁ ସେତେବେଳେ ତାଙ୍କ ଦଳ ଲୁଚିଥିଲା ବୋଲି ସେ କହିଛନ୍ତି। ଗତ କିଛି ମାସ ହେବ ମହାରାଷ୍ଟ୍ରରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ନେଇ ବିବାଦ ତେଜିବାରେ ଲାଗିଛି। ଏହିପରିପ୍ରେକ୍ଷୀରେ ବିଭିନ୍ନ ମସ୍ଜିଦ୍ ଆଗରେ ହନୁମାନ ପାଠ ଚାଲିଶା ନେଇ ରାଜ ଠାକରେ ଚେତାବନୀ ଦେଇଥିବାରୁ ରାଜ୍ୟ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିଛି ଦିନ ପୂର୍ବେ ହନୁମାନ ଚାଳିଶା ବିବାଦ ପାଇଁ ‘ବିଜେପି’ର ବିଭ୍ରାନ୍ତିକର ବିଚାରଧାରା ଦାୟୀ ବୋଲି ଆଜି ଶିବସେନାର ମୁଖପତ୍ର ‘ସାମ୍ନା’ ଉଲ୍ଲେଖ ବେ ଥିଲା ।
‘ସାମ୍ନା’ ଅଭିଯୋଗ କରିଛି ଯେ, ‘ମହା ବିକାଶ ଆଘାଡ଼ି’ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହତାଶିଆ ଉଦ୍ୟମ ଭାବେ ‘ବିଜେପି’ ହନୁମାନ ଚାଳିଶା ବିବାଦ ଲଗାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନିଜସ୍ୱ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ସ୍ୱାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ହନୁମାନ ଚାଳିଶା ପାଠ ଯୋଜନା ମଧ୍ୟ ‘ବିଜେପି’ର ବିଭ୍ରାନ୍ତିକର ଚିନ୍ତାଧାରାର ପ୍ରତିଫଳନ ବୋଲି ‘ସାମ୍ନା’ ଦାବି କରିଥିଲା । ହିନ୍ଦୁତ୍ୱ ନାଁରେ ବିଜେପି ଯେଉଁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ତାହାକୁ ସମର୍ଥନ କରାଯିବ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ କରାଯାଇଛି।
The post ବାବ୍ରି ମସଜିଦ୍ ଭଙ୍ଗବେଳେ କେଉଁଠି ଥିଲେ ରାଜ ଠାକରେ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/EPFDV1O
No comments:
Post a Comment