ନର୍ସିଂହୋମ୍‌ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 30, 2022

ନର୍ସିଂହୋମ୍‌ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଲକ୍ଷ୍ନୌ: ନର୍ସିଂହୋମ୍‌ କାନ୍ଥରେ ଝୁଲୁଛି ଜଣେ ନର୍ସଙ୍କ ମୃତଦେହ। ଚାକିରିରେ ଯୋଗ ଦେବାର ଦିନକ ପରେ ଉକ୍ତ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଉନ୍ନାଓରୁ ଆସିଛି କିଛି ଏଭଳି ଚିତ୍ର। ନର୍ସଙ୍କ ଝୁଲନ୍ତା ମୃତଦେହକୁ ଦେଖି ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ମୁତାବକ, ମୃତ ଯୁବତୀ ଜଣକ ଶୁକ୍ରବାର ନର୍ସିଂହୋମ୍‌ରେ ଯୋଗ ଦେଇଥିଲେ। ତେବେ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ତାଙ୍କ ମୃତେଦହକୁ କାନ୍ଥରେ ଝୁଲାଇ ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ଏହି ମାମଲାରେ ତିନି ଜଣଙ୍କୁ ଦୋଷୀ କରାଯାଇଛି। ଏଫ୍‌ଆଇଆର୍‌ ରୁଜୁ କରି ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ଉନ୍ନାଓ ଅତିରିକ୍ତ ଏସ୍‌ପି ଶଶିଶେଖର ସିଂ କହିଛନ୍ତି, ‘ନ୍ୟୁ ଜୀବନ ହସ୍ପିଟାଲରେ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ତେବେ କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ ଜାଣିବା ପାଇଁ ପୋଷ୍ଟମର୍ଟମ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ତିନି ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ରିପୋର୍ଟ ମୁତାବକ, ମୃତ ଯୁବତୀ ଜଣକ ଜଣେ ନର୍ସ ଥିଲେ। ସେ ଶୁକ୍ରବାର ତାଙ୍କ ଚାକିରିର ପ୍ରଥମ ଦିନ ଥିଲା। ତେବେ ଚାକିରିରେ ଯୋଗ ଦେବାର ଦିନକ ପରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

The post ନର୍ସିଂହୋମ୍‌ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/fXSzpxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages