ଅନ୍ତ୍ୟେଷ୍ଟି ବେଳେ ଅଘଟଣ, ଜଳିଗଲେ ୧୧ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 30, 2022

ଅନ୍ତ୍ୟେଷ୍ଟି ବେଳେ ଅଘଟଣ, ଜଳିଗଲେ ୧୧ ଜଣ

ମୁମ୍ବାଇ: ଅନ୍ତ୍ୟେଷ୍ଟି ବେଳେ ଘଟିଲା ଅଘଟଣ। ଶବଦାହ କରାଯାଉଥିବା ନିଆଁରେ ଜଳିଗଲେ ୧୧ ଜଣ। ଏଭଳି ଏକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ପୂର୍ବରୁ ଜଳୁଥିବା ଚିତା ଉପରେ ପେଟ୍ରୋଲ ଢ଼ାଳିବା ପରେ ନିଆଁ ବ୍ୟାପି ଯାଇଥିଲା। ଏଥିରେ ୧୧ ଜଣଙ୍କ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ୧୧ ଜଣ ଗୁରୁତରଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କଥିତ ରୂପେ ଆତ୍ମହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ଶବଦାହ ଗୃହରେ ଅନ୍ତ୍ୟେଷ୍ଟି ଚାଲିଥିଲା। ଏତିକି ବେଳେ ଜଳୁଥିବା ଚିତାରେ କେହି ଜଣେ ପେଟ୍ରୋଲ ଢ଼ାଳି ଦେଇଥିଲେ। ଏହାପରେ ଦେଖୁ ଦେଖୁ ଏହି ନିଆଁ ହଠାତ୍‌ ବ୍ୟାପି ଯାଇଥିଲା। ଏହି ଦୁର୍ଘଟଣା ବେଳେ ଉକ୍ତ ଶବଦାହ ଗୃହରେ ମୃତକଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ପ୍ରାୟ ୮୦ ଜଣ ଉପସ୍ଥିତ ଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସେସନ ଜେନେରାଲ ହସ୍ପିଟାଲ ଏବଂ ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

The post ଅନ୍ତ୍ୟେଷ୍ଟି ବେଳେ ଅଘଟଣ, ଜଳିଗଲେ ୧୧ ଜଣ appeared first on Odisha Reporter.



from Odisha Reporter https://ift.tt/RGCXfoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages