ରାତି ଅଧରେ ଗାଁରେ ପଶିଲେ ଅବକାରୀ କର୍ମଚାରୀ, ତାତିଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 27, 2022

ରାତି ଅଧରେ ଗାଁରେ ପଶିଲେ ଅବକାରୀ କର୍ମଚାରୀ, ତାତିଲେ ଗ୍ରାମବାସୀ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ରାତି ଅଧରେ ଗାଁରେ ପଶିଲେ ଦୁଇ ଅବକାରୀ କନଷ୍ଟେବଳ । ହେଲେ ସନ୍ଦେହରେ ଗ୍ରାମବାସୀ ପଚରାଉଚରା କରିବାରୁ ନିଜକୁ ଫ୍ଲାଇଂ ସ୍କ୍ୱାର୍ଡ କର୍ମଚାରୀ ବୋଲି କହୁଛନ୍ତି। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ଗ୍ରାମବାସୀ ୨ କର୍ମଚାରୀଙ୍କୁ ରାତି ସାରା ଗାଁରେ ଅଟକ ରଖିଛନ୍ତି। ଏପରି ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଡଙ୍ଗବିର ଗ୍ରାମରେ ହୋଇଛି। ଆଜି ପୁଲିସ୍‌ ପହଞ୍ଚି ସତ ଉପରୁ ପରଦା ଉଠାଇବା ପରେ ହିଁ ସେମାନଙ୍କୁ ଛଡ଼ାଯିବ ବୋଲି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ଗ୍ରାମବାସୀ।

ଗତକାଲି ବିଳମ୍ବିତ ରାତିରେ ଡଙ୍ଗବିର ଗ୍ରାମରେ ଦୁଇ ଅବକାରୀ କନଷ୍ଟେବଳ ପଶିଥିଲେ। ଏତେ ରାତିରେ କାହିଁକି ଆମ ଗ୍ରାମକୁ ଆସିଛ ବୋଲି ଗ୍ରାମବାସୀ ପଚାରିବାରୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆସିଥିବା କହିଥିଲେ। ଏହାପରେ ଅଧିକ ଖୋଳତାଡ଼ କରିବାରୁ ସେମାନେ ନିଜକୁ ଫ୍ଲାଇଂ ସ୍କ୍ୱାର୍ଡ କର୍ମଚାରୀ ବୋଲି କହିବା ସହ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଆସିଥିବା କହିଥିଲେ। ଏହି କର୍ମଚାରୀମାନେ ଏକ ଘରୋଇ ଗାଡ଼ିରେ ଯାଇଥିବାରୁ ସେମାନଙ୍କ କଥାକୁ ଗ୍ରାମବାସୀ ସହଜେ ବିଶ୍ୱାସ ନ କରି ସେମାନଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ଗାଡ଼ି ପଛେ ପଛେ ଏକ ଛେଳି ବୋଝେଇ ପିକଅପ୍‌ ଯାଇଥିବାରୁ ତାକୁ ବି ଗ୍ରାମବାସୀ ଅଟକ ରଖିଛନ୍ତି। ତେବେ ଉକ୍ତ ଗାଡ଼ିଟି କାହାର ଓ ତାହା କାହିଁକି ଅବକାରୀ କର୍ମଚାରୀଙ୍କ ଗାଡ଼ି ପଛେ ପଛେ ଯାଉଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଏନେଇ ଅବକାରୀ ବିଭାଗ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କୁ ପଚାରିବାରୁ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏକ ଟିମ୍‌ ଚଢ଼ାଉ କରିଥିଲା। ଉକ୍ତ ଟିମ୍‌ ସଦସ୍ୟଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି ।  ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ଏହାର ସମାଧାନ ସହ କର୍ମଚାରୀଙ୍କୁ ମୁକ୍ତ କରି ଆଣିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଆଜି ଘଟଣାସ୍ଥଳକୁ ଯିବେ।

The post ରାତି ଅଧରେ ଗାଁରେ ପଶିଲେ ଅବକାରୀ କର୍ମଚାରୀ, ତାତିଲେ ଗ୍ରାମବାସୀ appeared first on Odisha Reporter.



from Odisha Reporter https://ift.tt/yFZcWLe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages