ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର୍ । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍ ସ୍ପିକର୍ ହଟାଯାଇଛି। ଏଥିସହ ୩୫ ହଜାରରୁ ଅଧିକ ଲାଉଡ୍ ସ୍ପିକରର ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୁଲିସଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ ସ୍ପିକର୍ ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରାଯାଇଥିଲା ।
ଏହାପରେ ସଂପୃକ୍ତ ସ୍ଥଳର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି କିଛି ଲାଉଡ୍ ସ୍ପିକରକୁ ହଟାଇ ଦିଆଯାଇଥିବା ବେଳେ, ଆଉ କିଛିର ଶବ୍ଦ ଯେପରି ପରିସର ଭିତରେ ହିଁ ସୀମିତ ରହେ ସେ ଦିଗରେ ପଦକ୍ଷେପ ନିଆଯାଇଛି ।
ସମସ୍ତେ ନିଜ ଧର୍ମ ରିତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନ, କିନ୍ତୁ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଯତ୍ନବାନ ହେବା ଦରକାର ବୋଲି କିଛି ଦିନ ତଳେ କହିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍ସ୍ପିକର ଗୁଡ଼ିକୁ ହଟାଇବାକୁ ବା ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
The post ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ ସ୍ପିକର୍ appeared first on Odisha Reporter.
from Odisha Reporter https://ift.tt/rpbY6IH
No comments:
Post a Comment