ୟୁପି ଓ ଏମପି ପରେ ଗୁଜରାଟରେ ଚାଲିଲା ବୁଲଡୋଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 15, 2022

ୟୁପି ଓ ଏମପି ପରେ ଗୁଜରାଟରେ ଚାଲିଲା ବୁଲଡୋଜର

ଅହମଦାବାଦ: ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ(ଏମପି) ପରେ ଏବେ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦଙ୍ଗା ଅଭିଯୁକ୍ତଙ୍କ ଘର ଓ ପ୍ରତିଷ୍ଠାନ ଉପରେ ବୁଲଡୋଜନ ଚଢ଼ାଇବା ଆରମ୍ଭ କରିଛି। ଶୁକ୍ରବାର ପ୍ରଶାସନ ପକ୍ଷରୁ ଖାମଭଟ ସାଂପ୍ରଦାୟିକ ଦଙ୍ଗାରେ ସାମିଲ ଥିବା ଅଭିଯୁକ୍ତଙ୍କ ଘର ଓ ଦୋକାନ ଭଙ୍ଗା ଯାଇଛି। ରାମ ନବମୀରେ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା।

ଆନନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ସକାରପୁରା ଅଞ୍ଚଳରେ ଥିବା ଥିବା ଅନେକ ଅଭିଯୁକ୍ତଙ୍କ ଘର ଓ ଦୋକାନ ଭାଙ୍ଗିଛି। ସେହିପରି କିଛି ଅଭିଯୁକ୍ତଙ୍କ କ୍ୟାବିନ ମଧ୍ୟ ଉଠାଇ ନେଇଛି। ଏହି ସକାରପୁର ଅଞ୍ଚଳରେ ହିଁ ରାମ ନବମୀ ଦିନ ଟେକାପଥର ମାଡ଼ ଘଟଣା ଘଟିଥିଲା। ଏଥିରେ ୬ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲା।

ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ବ୍ୟବହାର ଆରମ୍ଭ କରିଛି। ତେବେ ପ୍ରଶାସନ ବିନା ନୋଟିସରେ ଲୋକଙ୍କ ଘର ଓ ଦୋକାନ ଭାଙ୍ଗୁଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହାପୂର୍ବରୁ ରାମ ନବମୀରେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାରେ ମଧ୍ୟପ୍ରଦେଶ ସରକାର ମଧ୍ୟ ଅଭିଯୁକ୍ତ ଘର ଓ ଦୋକାନକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ। ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ବୁଲଡୋଜର ଓ ଜେସିବି ଲଗାଇ ୫୦ରୁ ଅଧିକ ଘର ଏବଂ ଦୋକାନ ଭାଙ୍ଗିଥିଲା।

ସୂଚନାଯୋଗ୍ୟ, ଦଙ୍ଗା ଅଭିଯୁକ୍ତଙ୍କ ସମ୍ପତ୍ତି ବିରୋଧରେ ବୁଲଡୋଜର ଚଳାଇବା କାମ ପ୍ରଥମେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିଲା। ସିଏଏ/ଏନଆରସିକୁ ବିରୋଧରେ ଉତ୍ତର ପ୍ରଦେଶରେ ପ୍ରବଳ ହିଂସାକାଣ୍ଡ ଦେଖାଯାଇଥିଲା। ଏହି ଘଟଣାର ଅଭିଯୁକ୍ତଙ୍କ ସମ୍ପତ୍ତିଗୁଡ଼ିକ ଉପରେ ବୁଲଡୋଜର ଚଳାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ବିଭିନ୍ନ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ବିରୋଧରେ ପ୍ରଶାସନ ପର୍ଯ୍ୟାୟକ୍ରମେ ବୁଲଡୋଜର ଚଳାଇ ଆସୁଛି। ଏପରି କି ଯୋଗୀ ଆଦିତ୍ୟନାଥ ବୁଲଡୋଜର ବାବା ମଧ୍ୟ ପରିଚୟ ହାସଲ କରିଛନ୍ତି। ଏବେ ୟୁପିର ବୁଲଡୋଜର ନୀତି ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର ମଧ୍ୟ ଆପଣାଇବା ଆରମ୍ଭ କରିଛନ୍ତି।

The post ୟୁପି ଓ ଏମପି ପରେ ଗୁଜରାଟରେ ଚାଲିଲା ବୁଲଡୋଜର appeared first on Odisha Reporter.



from Odisha Reporter https://ift.tt/xpy5nAY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages