ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ, ୪ର୍ଥକୁ ଖସିଲା କୋଲକାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 15, 2022

ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ, ୪ର୍ଥକୁ ଖସିଲା କୋଲକାତା

ମୁମ୍ବାଇ: ଚଳିତ ଆଇପିଏଲରେ ଜବରଦସ୍ତ କମବ୍ୟାକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ସିଜିନର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିବା ହାଇଦ୍ରାବାଦ ଏବେ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ପହଞ୍ଚି ଯାଇଛି। ଶୁକ୍ରବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ କେନ ୱିଲିୟମସନଙ୍କ ହାଇଦ୍ରାବାଦ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ହରାଇ ଦେଇଛି।

ରାହୁଲ ତ୍ରିପାଠୀଙ୍କ ୩୭ ବଲରେ ୭୧ ଓ ଏଡନ ମାର୍କମଙ୍କ ଅପରାଜିତ ୩୬ ବଲରେ ୬୮ ରନ୍ ବଳରେ ହାଇଦ୍ରାବାଦ ଚଳିତ ସିଜିନରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ସେହିପରି ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୫ ରନ୍‌ କରିଥିବା କୋଲକାତା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହି ପରାଜୟ ପରେ ଦଳ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଖସି ଆସିଛି। ପୂର୍ବଭଳି ଗୁଜରାଟ ଟାଇଟନ୍ସ ୧ନଂ ସ୍ଥାନରେ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଓ ପଞ୍ଜାବ କିଙ୍ଗସ ୩ୟ ସ୍ଥାନରେ ରହିଛି।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନୀତୀଶ ରାଣାଙ୍କ ୫୪ ଓ ଆନ୍ଦ୍ରେ ରସେଲଙ୍କ ୨୫ ବଲରେ ଅପରାଜିତ ୪୯ ରନ୍ ବଳରେ ୮ ୱିକେଟ ହରାଇ ୧୭୫ ରନ୍ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଉମରନ ମଲିକ ୨ଟି, ଭୁବନେନଶ୍ୱର କୁମାର, ମାର୍କୋ ଜାନସେନ ଓ ଜଗଦୀଶ ସୁଚିତ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୧୭୬ ରନର ଟାର୍ଗେଟ ପାଇଥିବା ହାଇଦ୍ରାବାଦ ଆରମ୍ଭରୁ ଅଭିଷେକ ଶର୍ମା(୩) ଓ ଏହାପରେ ଅଧିନାୟକ କେନ ୱିଲିୟମସନ(୧୭)ଙ୍କୁ ହରାଇଥିଲା। ତେବେ ୩ନଂରେ ଆସିଥିବା ରାହୁଲ ତ୍ରିପାଠୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ତାଙ୍କୁ ମାର୍କମ ଭରପୂର ସହଯୋଗ କରିଥିଲେ। ଉଭୟ କୋଲକାତା ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ବିଶେଷ କରି ରାହୁଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ୍‌ ଦେଖିବାକୁ ମିଳିଥିଲା। ରାହୁଲ ଓ ମାର୍କମ ଯୋଡ଼ି ୩ୟ ୱିକେଟ ପାଇଁ ୯୪ ରନ୍ ଯୋଡ଼ି କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ।

ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୧୩୩ ଥିବା ବେଳେ ରାହୁଲ ବଡ଼ ଶଟ ଖେଳିବାକୁ ଯାଇ ଆନ୍ଦ୍ରେ ରସେଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ସେ ୩୭ ବଲରେ ବିସ୍ଫୋରକ ୭୧ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଚୌକା ଓ ୬ଟି ଛକା ମାରିଛନ୍ତି।

ରାହୁଲ ଆଉଟ ହେବା ପରେ ମାର୍କମ ସ୍ଥିତି ସମ୍ଭାଳିଥିଲେ। ସେ ମଧ୍ୟ ବଡ଼ବଡ଼ ଶଟ ଖେଳି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ପ୍ୟାଟ କମିନ୍ସଙ୍କୁ ଲଗାତର ୨ଟି ଛକା ମାରି ୧୩ ବଲ୍ ପୂର୍ବରୁ ହାଇଦ୍ରାବାଦକୁ ବିଜୟ ଭେଟି ଦେଇଥିଲେ। ତାଙ୍କ ସହ ଶେଷ ଯାଏ ନିକୋଲସ ପୂରନ ୮ ବଲରେ ୫ ରନ୍‌ କରି ଅପରାଜିତ ରହିଥିଲେ। ମାର୍କମ ତାଙ୍କ ୬୮ ରନର ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଛନ୍ତି। ହାଇଦ୍ରାବାଦ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାହୁଲ ତ୍ରିପାଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

କୋଲକାତା ପକ୍ଷରୁ ରସେଲ ୨ଟି ୱିକେଟ ନେଇଥିବା ବେଳେ କମିନ୍ସଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

The post ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ, ୪ର୍ଥକୁ ଖସିଲା କୋଲକାତା appeared first on Odisha Reporter.



from Odisha Reporter https://ift.tt/QCw2DqX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages