କଟକ(ଓଡ଼ିଶା ରିପୋର୍ଟର): ମୋବାଇଲ ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ଦିନ ଫାଣ୍ଡି ହାଜତରେ ରଖି ସାଂଘାତିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ହାଜତ ଭିତରେ ପୁଲିସ୍ ବାବୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନିଜେ ନାବାଳକଜଣକ କ୍ୟାମେରା ସମ୍ମୁଖରେ ବଖାଣିଛି। ଏପରିକି ଚୋରି ଅଭିଯୋଗ ମାନିବାକୁ ପାଇପ ସାହାଯ୍ୟରେ ନିର୍ଘାତ ମାଡ଼ ହୋଇଥିବା ନାବାଳକଜଣକ କହିଛି। କଟକ ଏସ୍ସିବି ମେଡିକାଲ ଫାଣ୍ଡି ପୁଲିସ୍ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ ।
ମୋବାଇଲ ଚୋରି ଅଭିଯୋଗରେ ୧୨ ବର୍ଷର ଜଣେ ଅଣଓଡ଼ିଆ ନାବାଳକକୁ ମେଡିକାଲ ଫାଣ୍ଡି ପୁଲିସ୍ ଗତ ଶୁକ୍ରବାର ଧରି ଫାଣ୍ଡିକୁ ଆଣିଥିଲା । ଗତ ୩ ଦିନ ହେଲା ତାକୁ ହାଜତ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଯାଉଥିବା ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଫାଣ୍ଡିରେ ପହଞ୍ଚିଥିଲେ।
ନାବାଳକଙ୍କୁ ହାଜତ ଭିତରେ ରଖିବା ନିୟମ ନ ଥିବା ବେଳେ କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳକକୁ ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଫାଣ୍ଡି ଅଧିକାରୀ ତାକୁ ହାଜତ ବାହାରକୁ ଆଣି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ । ଫାଣ୍ଡିରେ କର୍ମଚାରୀ ନ ଥିବାରୁ ନାବାଳକକୁ ଭିତରେ ରଖାଯାଇଥିଲା ବୋଲି ସେ କହିଥିଲେ।
ହାଜତରୁ ବାହାରିବା ପରେ ନାବାଳକଜଣକ ନିଜେ ବଖାଣିଛି ନିର୍ଯାତନାର କାହାଣୀ। ଚୋରି ଅଭିଯୋଗ ମାନିଯିବାକୁ ପୁଲିସ୍ ପାଇପ୍ରେ ପ୍ରବଳ ପିଟିଥିବା ବି କହିଛି। ଆସନ୍ତା କାଲି ନାବାଳକକୁ ସିଡବ୍ଲୁସିରେ ହାଜର କରାଯିବ ।
ପିଲାଟି ଯଦି ମାଡ଼ ମରାଯାଇଥିବା ବୟାନ ଦିଏ, ତେବେ ପୁଲିସ୍ ବିରୋଧରେ ଥାନାରେ ଏତଲା ହେବ ଏବଂ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି । ସେପଟେ ମାଡ଼ମରା ଓ ନିର୍ଯାତନା ଅଭିଯୋଗ ସମ୍ପର୍କରେ ଏସସିବି ମେଡିକାଲ ଫାଣ୍ଡି ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ ।
The post ଫାଣ୍ଡି ହାଜତରେ ଥାର୍ଡ ଡିଗ୍ରୀ; ନାବାଳକକୁ ପାଇପ୍ରେ ପିଟିଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/GyehQFx
No comments:
Post a Comment