ମୁଢ଼ି ଇଡଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 10, 2022

ମୁଢ଼ି ଇଡଲି

ଆବଶ୍ୟକ ସାମଗ୍ରୀ: ମୁଢ଼ି, ସୁଜି, ଦହି, ପାଣି ,ଖାଇବା ସୋଢ଼ା, ଲୁଣ, ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମୁଢ଼ି ନେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଳ୍ପ ସୁଜି, ଦହି ଓ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଢ଼ାଙ୍କି ରଖନ୍ତୁ। ପରେ ସେଥିରେ ଖାଇବା ସୋଢ଼ା ଓ  ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ତା’ପରେ ଇଡଲି ଛାଞ୍ଚରେ ତେଲ ମାରି ଦିଅନ୍ତୁ। ପୂର୍ବରୁ ରଖିଥିବା ମିଶ୍ରଣକୁ ଛାଞ୍ଚରେ ପକାଇ ଇଡଲି ପରି ଗଢ଼ନ୍ତୁ। ଏହାପରେ ତାକୁ ଗ୍ୟାସ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ତଳକୁ ଓହ୍ଲାଇ ଦେଇ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ଇଡଲି ଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଢ଼ି ଇଡଲି। ଏହାକୁ ଟମାଟୋ ଚଟଣି ସହ ଖାଇ ପାରିବେ।

The post ମୁଢ଼ି ଇଡଲି appeared first on Odisha Reporter.



from Odisha Reporter https://ift.tt/7PnsiFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages