ନାଲ୍‌କୋ ଓ ହାଲ୍‌ରେ ଚାକିରି ଦେବା ନାଁରେ ଠକେଇ, ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 3, 2022

ନାଲ୍‌କୋ ଓ ହାଲ୍‌ରେ ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ବଡ଼ କମ୍ପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ ଅଭିଯୋଗ।  କୋରାପୁଟ ସେମିଳିଗୁଡ଼ାରୁ ୫ ଜଣଙ୍କୁ ଗିରଫ କଲା ପୁଲିସ।  ଅଭିଯୋଗ ଅନୁସାରେ, ଦାମନଯୋଡ଼ି ନାଲ୍‌କୋ ଓ ସୁନାବେଡ଼ାର ହାଲ୍ ଭଳି ବଡ଼ ବଡ଼ କମ୍ପାନୀରେ ଠିକା ନିଯୁକ୍ତି ଦେବା ନାଁରେ ଏକ ରାକେଟ୍ ଚାଲିଥିଲା।  ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଓ ଗେଟ୍ ପାସ୍ ଆଦି ଦିଆଯାଇଥିଲା।

ତେବେ କିଛି ପିଲା ନାଲ୍‌କୋ କାରଖାନାକୁ କାମ କରିବାକୁ ଯିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ପାସ୍ ନକଲି ବୋଲି କହିଥିଲେ। ଠକେଇରେ ଶିକାର ହୋଇଥିବା ଚାକିରି ଆଶାୟୀମାନେ ଥାନାରେ ଅଭିଯୋଗ କରିବା ପରେ ଦାମନଯୋଡ଼ି ଓ ସୁନାବେଡ଼ା ସମେତ ୩ଟି ଥାନାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।  ତଦନ୍ତ ପରେ ଜାଲ୍ ସଂସ୍ଥା ଖୋଲିଥିବା ରାୟଗଡ଼ା ସହରର ୨ଜଣ ସୁଧିର ଚୌଧୁରୀ ଓ ତାଙ୍କ ପୁଅ ସନ୍ତୋଷ ଚୌଧୁରୀଙ୍କୁ ଗିରଫ କରିଛି ପୁଲିସ।

ଏଥିସହ କୋରାପୁଟ ସେମିଳିଗୁଡ଼ାର ଏକ ସମ୍ଭ୍ରାନ୍ତ ହୋଟେଲରୁ ୩ ଜଣଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ଭୁବନେଶ୍ୱରର ସନ୍ତୋଷ ବରାଡ଼ ଓ କମଳ ଲୋଚନ ମହାନ୍ତି ଏବଂ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁରର ଅଭିମନ୍ୟୁ ମିଶ୍ର।  ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୭ଟି ନକଲି ଷ୍ଟାମ୍ପ, ୫୫ଟି ଗେଟ୍ ପାସ, କଲର୍ ପ୍ରିଣ୍ଟର, କମ୍ପ୍ୟୁଟର୍, ହାର୍ଡଡିସ୍କ, ୨୧ ହଜାର ନଗଦ ଟଙ୍କା ଏବଂ ଏକ କାର୍ ଜବତ ହୋଇଛି।

The post ନାଲ୍‌କୋ ଓ ହାଲ୍‌ରେ ଚାକିରି ଦେବା ନାଁରେ ଠକେଇ, ୫ ଗିରଫ appeared first on Odisha Reporter.



from Odisha Reporter https://ift.tt/CAwmdsv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages