ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। କାରଣ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍ଆର୍ ବିଶ୍ୱାସଙ୍କ କହିବା ଅନୁସାରେ, ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ସହ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାକି ସବୁ ଜିଲ୍ଲାରେ ପାଗ ପ୍ରାୟ ଶୁଖିଲା ରହିପାରେ।
ପାଣି ପାଗ ବିଭାଗର ସୂଚନା ଅନୁଯାୟୀ, କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ସତ୍ତ୍ୱେ ରାଜ୍ୟରେ ଆଜି ଅଧିକ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହୋଇପାରେ। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ।
ଗତକାଲି ସବୁଠାରୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼। ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୧. ୬ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜ୍ୟରେ ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
The post ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ବର୍ଷା appeared first on Odisha Reporter.
from Odisha Reporter https://ift.tt/5PsQq0u
No comments:
Post a Comment