ଶେଷରେ ନିଜ ଭୁଲ ମାନିଲେ ଶ୍ରୀଲଙ୍କା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 19, 2022

ଶେଷରେ ନିଜ ଭୁଲ ମାନିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶେଷରେ ମାନିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ସରକାରଙ୍କ ଭୁଲ ଯୋଗୁଁ ଦେଶର ଆଜି ଏହି ପରିସ୍ଥିତି ଉପୁଜିଛି।  ଆଗରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସହାୟତା ନେଇଥିଲେ ଏହି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସେ କହିଛନ୍ତି  । ସେପଟେ ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ।   ସେପଟେ ଶ୍ରୀଲଙ୍କାର ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଗୁଳିଚାଳନା କରିଛି।  ଆନ୍ଦୋଳନକାରୀଙ୍କ ଉପରେ ଏହା ହେଉଛି ପୁଲିସର ପ୍ରଥମ ଥର ପାଇଁ ଫାୟାରିଂ । ଏ

ଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ, କଲମ୍ବୋରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ବାଧ୍ୟ ହୋଇ ଗୁଳି ଚାଳନା କରାଯାଇଥିଲା।  କଲମ୍ବୋଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ରାମବୁକାନାରେ ରାଜପଥ ଅବରୋଧ କରିଥିଲେ ଆନ୍ଦୋଳନକାରୀ।  ହଜାର ହଜାର ଲୋକେ ଟାୟାର ଜାଳି ରାଜଧାନୀକୁ ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରି ରଖିଥିଲେ।

ଘୋର ଆର୍ଥିକ ସଂକଟ ଓ ତେଲର ଅଭାବ ପରେ ଶ୍ରୀଲଙ୍କାରେ ତାତିଛନ୍ତି ଲୋକେ।  ଆର୍ଥିକ ସଂକଟ ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ସେଠାରେ ଚାଲିଛି। ଆନ୍ଦୋଳନ ଓ  ଡଲାରର ଅଭାବ ଯୋଗୁଁ ଦେଶରେ ଖାଦ୍ୟ, ଔଷଧ, ତେଲର ଅଭାବ ଦେଖା ଦେଇଛି । ୧୯୪୮ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଦେଖା ଦେଇଛି ଏତେ ବଡ଼ ସଂକଟ । ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡକୁ ୪ ବିଲିୟନ ଡଲାରର ସାହାଯ୍ୟ ମାଗିଛି କଲମ୍ବୋ।

The post ଶେଷରେ ନିଜ ଭୁଲ ମାନିଲେ ଶ୍ରୀଲଙ୍କା ରାଷ୍ଟ୍ରପତି appeared first on Odisha Reporter.



from Odisha Reporter https://ift.tt/iGdqrjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages