ଘରେ ଶୋଇଥିଲେ ଦମ୍ପତି, ଦଳିଦେଲା ଦନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 4, 2022

ଘରେ ଶୋଇଥିଲେ ଦମ୍ପତି, ଦଳିଦେଲା ଦନ୍ତା

ତାଳଚେର(ଓଡ଼ିଶା ରିପୋର୍ଟର): ରାତି ଅନ୍ଧାରରେ ଦନ୍ତାର ତାଣ୍ଡବ। ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା। ଦନ୍ତା ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡା ଗାଁରେ।  ମୃତ ମହିଳା ଜଣଙ୍କ ହେଲେ କାଞ୍ଚନ ମୁଣ୍ଡା।ସ୍ୱାମୀ ମୁକୁନ୍ଦ ମୁଣ୍ଡାଙ୍କୁ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କାଞ୍ଚନ ଓ ତାଙ୍କ ସ୍ୱାମୀ ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଏକ ଗୋଠଛଡ଼ା ଦନ୍ତା ହାତୀଟି ଆସି ଘର ଭାଙ୍ଗି ଭିତରକୁ ପଶିଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ବେଳେ ମୁକୁନ୍ଦ ଜୀବନ ବିକଳରେ  ଦୌଡ଼ି ପଳାଇଯାଇଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

ତାଳଚେର ପୁଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ଷତି ପୂରଣ ବାବଦରେ ବନ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

The post ଘରେ ଶୋଇଥିଲେ ଦମ୍ପତି, ଦଳିଦେଲା ଦନ୍ତା appeared first on Odisha Reporter.



from Odisha Reporter https://ift.tt/W6QCUIY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages