‘ଦେଶର ଟଙ୍କା ସମଗ୍ର ଦେଶବାସୀଙ୍କର, ତାହା କାହା ବାପାର ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 4, 2022

‘ଦେଶର ଟଙ୍କା ସମଗ୍ର ଦେଶବାସୀଙ୍କର, ତାହା କାହା ବାପାର ନୁହେଁ’

ନୂଆଦିଲ୍ଲୀ: ‘ଦେଶର ଟଙ୍କା ହେଉଛି ସମସ୍ତ ଦେଶବାସୀଙ୍କର । ଏହା କାହା ବାପାର ଟଙ୍କା ନୁହେଁ। ଦେଶରେ ଟଙ୍କାର ଅଭାବ ନାହିଁ । କରଜରେ ବୁଡ଼ିଥିବା ଦିଲ୍ଲୀକୁ ଆମ ଦଳ କରଜମୁକ୍ତ କରିଛି। ଦିଲ୍ଲୀ ଏବେ ଳାଭରେ ଚାଲିଥିବା ରାଜ୍ୟ ହୋଇଥିବା ବେଳେ ସମଗ୍ର ଦିଲ୍ଲୀବାସୀ ୧.୮୦ ଲକ୍ଷ କୋଟି ଟଙ୍କା କେବଳ ଟ୍ୟାକ୍ସ ଦେଉଛନ୍ତି। ’ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରି ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ପଞ୍ଜାବରେ ଆପ୍‌  ଅଭୂତପୂର୍ବ ସଫଳତା ପାଇଥିବା ବେଳେ ବହୁ ଟାଣୁଆ ନେତା ଅମାନତ ହରାଇଥିଲେ। ପଞ୍ଜାବରେ ମିଳିଥିବା ସଫଳତା ଯୋଗୁ ଆପ୍‌ ନେତା ଓ କର୍ମୀ ବେଶ୍‌ ଉତ୍ସାହିତ ଥିବା ବେଳେ କେଜ୍ରିୱାଲ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଉଭା ହେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ ଚାଲିଛି।

ଏନେଇ ଏକ ସାକ୍ଷାତକାରରେ କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ ଆମେ ଆଶାଠାରୁ ଅଧିକ ସଫଳତା ପାଇଛୁ। ପଞ୍ଜାବର ସାଧାରଣ ଲୋକ ରାଜ୍ୟର ସବୁ ଟାଣୁଆ ନେତାଙ୍କୁ ହରାଇଲେ। ଏଥିରୁ ପ୍ରମାଣିତ ହେଉଛି ଯେ, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି।  ସ୍ୱାଧୀନ ହେବାର ୭୫ ବର୍ଷ ପରେ ବି ଦେଶ ମୂଳ ସମସ୍ୟା ଦେଇ ଗତି କରୁଛି । ଆମ ପରେ ସ୍ୱାଧୀନ ହୋଇଥିବା ଦେଶ ଏବେ ଆମ ଆଗରେ ପହଞ୍ଚି ସାରିଲେଣି। ଦେଶଭକ୍ତି, ବିଶ୍ୱସ୍ତ  ଓ ମାନବିକତା  ଆମ ପାର୍ଟିର ୩ଟି ମୂଳ ସିଦ୍ଧାନ୍ତ ବୋଲି କହିଛନ୍ତି କେଜ୍ରିୱାଲ ।

ଏଥିସହ ସେ କହିଛନ୍ତି , ପଞ୍ଜାବରେ ଥିବା ସମସ୍ତ ପୂର୍ବ ସରକାର ଅପରାଧୀକ ରେକର୍ଡ ଥିବା ଲୋକଙ୍କ ସହ ମିଶିଥିଲେ। ତେଣୁ ସେମାନଙ୍କ ସମ୍ମତିକ୍ରମେ ସବୁ ଚାଲିଥିଲା। ବାହୁବଳୀଙ୍କ ଛତ୍ରଛାୟା ନ ଥିଲେ ପଞ୍ଜାବ ପରି ବଡ ରାଜ୍ୟରେ ବେଲଗାମ ନିଶା ବିକ୍ରି ହେବା ସମ୍ଭବ ନୁହେଁ। ଆମେ ଆଉ ପଞ୍ଜାବକୁ ବିଗିଡ଼ିବାକୁ ଦେବୁନି। ଭୁଲ୍‌ କାମ କରୁଥିବା ଲୋକଙ୍କୁ ଜେଲ୍‌ରେ ଭର୍ତ୍ତି କରିବୁ ଓ ନିଶାଗ୍ରସ୍ତ ପିଲାଙ୍କୁ ରିହାବ ସେଣ୍ଟରରେ ଚିକିତ୍ସା କରିବୁ।

ଦେଶରେ ଏବେ ଥିବା ବଡ ବଡ ପାର୍ଟି ନିର୍ବାଚନ ମଇଦାନକୁ ଓହ୍ଲାଇବା ବରେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ ରୋଜଗାର କଥା କେହି ଉଠାଉ ନାହାନ୍ତି। ଦିଲ୍ଲୀରେ ଆମେ ୨୦ ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ଦେଇ ସାରିଥିବା ବେଳେ ପଞ୍ଜାବରେ ଏବେ  ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।

ପଞ୍ଜାବର ମୁଣ୍ଡ ଉପରେ ୪ ଲକ୍ଷ କୋଟିର କରଜ ରହିଛି। ଗତ ୫ ବର୍ଷରେ ଏଠାରେ କୌଣସି ଉନ୍ନୟନମୂଳକ କାମ ହୋଇ ନାହିଁ। ଆମେ ଦିଲ୍ଲୀକୁ କରଜମୁକ୍ତ କରିଥିବା ବେଳେ ଏହା ଏବେ ଲାଭରେ ଚାଲିଛି। ପଞ୍ଜାବକୁ ମଧ୍ୟ ଆମେ ସମାନ ଟ୍ରାକ୍‌କୁ ଆଣିବୁ । ପଞ୍ଜାବବାସୀଙ୍କ ନିମନ୍ତେ ଖୁବ୍‌ ଶୀଘ୍ର  ମାଗଣା ବିଦ୍ୟୁତ୍‌ ସମ୍ପର୍କରେ ଘୋଷଣା କରାଯିବ ।  ଦେଶର ଟଙ୍କା ଅର୍ଥାତ ତାହା ସମଗ୍ର ଦେଶବାସୀଙ୍କ ଟଙ୍କା। ଦେଶର ଭଣ୍ଡାର ଖାଲି ନାହିଁ। କେନ୍ଦ୍ର ସରକାରଙ୍କ ଟଙ୍କା ଅର୍ଥ ଆମ ସମସ୍ତଙ୍କ ଉପାର୍ଜିତ ଧନ ବୋଲି କହିଛନ୍ତି କେଜ୍ରିୱାଲ  ।

The post ‘ଦେଶର ଟଙ୍କା ସମଗ୍ର ଦେଶବାସୀଙ୍କର, ତାହା କାହା ବାପାର ନୁହେଁ’ appeared first on Odisha Reporter.



from Odisha Reporter https://ift.tt/950gYy7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages