ଜେଲେନସ୍କିଙ୍କ ଦାବି: ମାରିୟୁପୋଲରେ ମଧ୍ୟ ହଜାର ହଜାର ଲୋକଙ୍କୁ ହତ୍ୟା କରିଛି ରୁଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 6, 2022

ଜେଲେନସ୍କିଙ୍କ ଦାବି: ମାରିୟୁପୋଲରେ ମଧ୍ୟ ହଜାର ହଜାର ଲୋକଙ୍କୁ ହତ୍ୟା କରିଛି ରୁଷ

କିଭ୍‌: ବୁଚା ଭଳି ମାରିୟୁପୋଲରେ ମଧ୍ୟ ସାଧାରଣ ଲୋକଙ୍କୁ ହତ୍ୟା କରିଛି ରୁଷ। ଏହାକୁ ଲୁଚାଇବା ପାଇଁ ରୁଷ ମାରିୟୁପୋଲକୁ ମାନବୀୟ ସହାୟତା ପ୍ରଦାନ ପାଇଁ ଚାଲିଥିବା ପ୍ରୟାସରେ ବାଧା ପହଞ୍ଚାଉଛି। ମାନବୀୟ ସହାୟତା ସେଠାରେ ପହଞ୍ଚିଗଲେ, ରୁଷର ଅସଲ ଚେହେରା ସାମ୍ନାକୁ ଆସିଯିବ। ତେଣୁ ସେମାନେ ଏହାକୁ ଅଟକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି।

ତୁର୍କୀର ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି, “ଆମେ କାହିଁକି ମାରିୟୁପୋଲ ଭିତରକୁ ମାନବୀୟ ସହାୟତା କାର୍ଗୋ ନେଇ ଯାଇପାରୁନୁ? ଏହାର ମୁଖ୍ୟ କାରଣ ହେଲା ସେଠାରେ ଘଟିଥିବା ନରସଂହାର। ସେଠାରେ ରୁଷ ସେନା ହଜାର ହଜାର ଲୋକଙ୍କୁ ହତ୍ୟା କରିଛି।

ଯଦି ସେଠାକୁ କିଏ ଯିବ, ତା’ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଯିବ। ଏଥିପାଇଁ ସେମାନେ ଭୟଭୀତ ହୋଇ ମାନବୀୟ ସହାୟତାକୁ ରୋକୁଛନ୍ତି। ମୁଁ ଭାବୁଛି ସେଠାରେ ବହୁତ ବଡ଼ ଓ ଭୟଙ୍କର ଟ୍ରାଜେଡି ହୋଇଛି। ମାରିୟୁପୋଲକୁ ସେମାନେ ନର୍କରେ ପରିଣତ କରି ଦେଇଛନ୍ତି। ଶତାଧିକ ନୁହେଁ, ହଜାର ହଜାର ଲୋକଙ୍କୁ ସେଠାରେ ହତ୍ୟା କରାଯାଇଛି। ସେହିପରି ହଜାର ହଜାର ଲୋକ ଆହତ ମଧ୍ୟ ହୋଇଛନ୍ତି।”

ରୁଷ ଯେତେ ଚେଷ୍ଟା କଲେ ମଧ୍ୟ ସବୁ ପ୍ରମାଣ କେବେ ହେଲେ ନଷ୍ଟ କରିପାରିବ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ରୁଷ କେବେ ହେଲେ ବି ସବୁ କିଛିକୁ ଲୁଚାଇ ପାରିବ ନାହିଁ। ସେଠାରେ ମୃତାହତ ହୋଇଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ରୁଷ କେବେ ବି ଲୁଚାଇ ପୋତି ପାରିବ ନାହିଁ। ହାତ ଗଣତି ଲୋକଙ୍କୁ ହତ୍ୟା କରିଥିଲେ ସମ୍ଭବତଃ ରୁଷ ପ୍ରମାଣ ଲୁଚାଇ ଦେଇଥାଆନ୍ତା। କିନ୍ତୁ ସେମାନେ ହଜାର ହଜାର ଲୋକଙ୍କୁ ମାରିଛନ୍ତି। ତେଣୁ ଏତେ ସଂଖ୍ୟକ ମୃତଦେହକୁ ସେମାନେ ଲୁଚାଇ ରଖିପାରିବେ ନାହିଁ।”

ବୁଚା ସହରରେ ରୁଷ କରିଥିବା ନରସଂହାରକୁ ଲୁଚାଇବା ଆରମ୍ଭ କରିଥିଲା। ହେଲେ ଏଥିରେ ରୁଷ ସେନା ସଫଳ ହୋଇ ନଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି। ଏଥିସହ ୟୁକ୍ରେନ ଅଧିକାରୀମାନେ ରୁଷ ସେନା ଗୋଟିଏ ପରିବାରକୁ କେମିତି ନିଆଁ ଲଗାଇ ପୋଡ଼ି ଦେଇଛି, ତା’ର ପ୍ରମାଣ ପାଇଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ରୁଷ ସେନା ଅନେକ ପରିବାରକୁ ନିଆଁ ଲଗାଇ ପୋଡ଼ି ଦେଇଛି। ମଙ୍ଗଳବାର ଅଧିକାରୀମାନେ ନିଆଁରେ ପୋଡ଼ି ଯାଇଥିବା ଗୋଟିଏ ନୂଆ ପରିବାରକୁ ଠାବ କରିଥିଲେ। ପରିବାରେ ବାପା, ମା’ ଓ ତାଙ୍କର ଛୋଟଛୋଟ ଦୁଇ ପିଲା ଥିଲେ। ଏପରି କି ସେମାନଙ୍କ ମଧ୍ୟରେ ଜଣେ ନବଜାତ ଥିଲା। ସେମାନଙ୍କୁ ରୁଷ ସେନା ନିଆଁରେ ପୋଡ଼ି ହତ୍ୟା କରିଛି। ଏହି କାରଣ ପାଇଁ ଆମେ ସେମାନଙ୍କୁ ନାଜି କହୁଛୁ ବୋଲି ଜେଲେନସ୍କି କହିଛନ୍ତି।

The post ଜେଲେନସ୍କିଙ୍କ ଦାବି: ମାରିୟୁପୋଲରେ ମଧ୍ୟ ହଜାର ହଜାର ଲୋକଙ୍କୁ ହତ୍ୟା କରିଛି ରୁଷ appeared first on Odisha Reporter.



from Odisha Reporter https://ift.tt/rfxTdEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages