ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 6, 2022

ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ତା’ ସହିତ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ମଧ୍ୟ ପଡିବ ଭୋଟ। ୧୦୫ ପୌରାଞ୍ଚଳରେ ରହିଛି ୫୮ଟି ଏନ୍ଏସି ଓ ୪୭ଟି ମ୍ୟୁନ୍ସିପାଲଟି। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ ହେବ। ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ହେବ ଭୋଟ।

୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ। ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା ତାରୁ ହଟିବେ।  ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ। ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରି ଜରିଆରେ ଫଇସଲା ହେବ। ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ନିଜ ଭୋଟ୍ ଦେଖାଇବେ।

ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ଦଖଲ କରି ଦବଦବା ବଜାୟ ରଖିବାକୁ ବିଜେଡି ଲକ୍ଷ୍ୟ ରଖିଛି। ରାଜ୍ୟର ୧୫ଟି ପୌର ପରିଷଦରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ।  ତଥାପି ଯେଉଁ ସବୁ ସ୍ଥାନରେ ମ୍ୟାଜିକ ନମ୍ବର ପାଇଁ ଅଳ୍ପ କାଉନ୍ସିଲରଙ୍କ ଦରକାର ହେଉଛି, ସେଠାରେ ଉପାଧ୍ୟକ୍ଷ ପଦ ହାତେଇବାକୁ କଳ ବଳ କୌଶଳ ଲଗାଇ ଦେଇଛି ବିଜେଡି।

The post ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ appeared first on Odisha Reporter.



from Odisha Reporter https://ift.tt/par3t2s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages