୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ପ୍ରତିଷ୍ଠା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 12, 2022

୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ।  ୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୪ ବର୍ଷ ମଧ୍ୟରେ ।

ଲୋକସେବା ଭବନ । (ଫାଇଲ ଫଟୋ )

ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ ।  ରୋଜଗାର ପାଇଁ  ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ।

କମିଶନରେଟ ପୁଲିସ୍‌ କାର୍ଯ୍ୟାଳୟ । (ଫାଇଳ ଫଟୋ)

ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର । ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି ।  ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

The post ୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, ଆଜି ପ୍ରତିଷ୍ଠା ଦିବସ appeared first on Odisha Reporter.



from Odisha Reporter https://ift.tt/FzIpkjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages