ନ୍ୟୁୟର୍କ: ଆମେରିକାର ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ମଙ୍ଗଳବାର ହୋଇଥିବା ଆଖିବୁଜା ଗୁଳିମାଡ଼ ପଛରେ ଥିବା ବ୍ୟକ୍ତିଙ୍କ ସୁରାକ ପାଇଛି ପୁଲିସ୍। ଏହି ଆକ୍ରମଣ ପଛରେ ଜଣେ ୬୨ ବର୍ଷୀୟ ବୃଦ୍ଧ ରହିଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି। ଘଟଣା ପରେ ସେ ଫେରାରର ହୋଇଯାଇଛି। ତା’କୁ ଧରିବା ପାଇଁ କିନ୍ତୁ ପୁଲିସ୍ ସର୍ଚ୍ଚ ଅପରେସନ ଜାରି ରଖିଛି। ସେହିପରି ତା’ର ଫଟୋ ମଧ୍ୟ ପୁଲିସ୍ ସାର୍ବଜନୀନ କରିଛି।
ନ୍ୟୁୟର୍କ ପୁଲିସ୍ କହିଛି ଯେ ବ୍ରୁକଲିଜ୍ ଗୁଳିକାଣ୍ଡ ଘଟଣାରେ ଆମେ ୬୨ ବର୍ଷୀୟ ଫ୍ରାଙ୍କ ଆର ଜେମନ୍ସକୁ ଖୋଜୁଛୁ। ସେ ଜଣେ କୃଷ୍ଣକାୟ ବ୍ୟକ୍ତି। ଆକ୍ରମଣ ବେଳେ ଜେମ୍ସ ଗ୍ୟାସ ମାସ୍କ ବ୍ୟତୀତ କମଳା ରଙ୍ଗର ଜ୍ୟାକେଟ ଓ ଗ୍ରେ ରଙ୍ଗର ଟି-ଶାର୍ଟ ପିନ୍ଧିଥିଲା। ପ୍ରଥମେ ସେ ଷ୍ଟେସନରେ ୨ଟି ଗ୍ୟାସ ବୋମା ପକାଇ ଥିଲା। ଫଳରେ ପୂରା ଷ୍ଟେସନ ଧୂଆଁମୟ ହୋଇଯାଇଥିଲା। ଏହାପରେ ୩୬ତମ ଷ୍ଟ୍ରିଟ ଷ୍ଟେସନକୁ ଟ୍ରେନ ଆସୁଥିବା ବେଳେ ସେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା।
ଗୁଳିମାଡ଼ରେ ୧୦ ଜଣ ଆହତ ହୋଇଛନ୍ତି। ସେହିପରି ଧୂଆଁ ଓ ଠେଲାପେଲା ଯୋଗୁ ଆଉ ୧୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସମସ୍ତ ଆହତଙ୍କ ଜୀବନ ବିପଦ ମୁକ୍ତ ରହିଛି।
ତଦନ୍ତ ବେଳେ ଘଟଣାସ୍ଥଳରୁ ଗ୍ଲୋକ ହ୍ୟାଣ୍ଡ ଗନ୍, ୩ଟି ମ୍ୟାଗାଜିନ, ବିସ୍ଫୋରଣ ହୋଇସାରିଥିବା ୨ଟି ସ୍ମୋକ ଗ୍ରେନେଡ, ବିସ୍ଫୋରଣ ହୋଇ ନଥିବା ଦୁଇଟି ସ୍ମୋକ ଗ୍ରେନେଡ ଓ ଗୋଟିଏ ହାତୁଡ଼ି ତଦନ୍ତକାରୀ ଟିମ୍ ଠାବ କରିଛି। ଏହି ଘଟଣାକୁ ଆତଙ୍କବାଦୀ ହମଲା ଭେବେ ବିବେଚନା କରାଯାଉନି। କାରଣ ଜେମ୍ସ କ’ଣ ପାଇଁ ଆକ୍ରମଣ କଲା, ସେ ବିଷୟରେ ଏଯାଏ ଜଣାପଡ଼ିନି ବୋଲି ପୁଲିସ୍ କହିଛି।
******NSFW******
Multiple people shot in the 36th street station in Brooklyn. Multiple undetonated devices also found. Be careful out there. Definitely avoid the subway today. This was a terrorist attack.
CREDIT: Angry_yeti / IG pic.twitter.com/9XYZcmT8BH
— Tom (@TomUlloaa) April 12, 2022
ମଙ୍ଗଳବାର ସ୍ଥାନୀୟ ସମୟ ସକାଳ ୮.୩୦ରେ ମେଟ୍ରୋ ଷ୍ଟେସନରେ ଆତଙ୍କ ଦେଖିବାକୁ ମିଳିଥିଲା। ଗୁଳିମାଡ଼ ଓ ଧୂଆଁମୟ ପରିବେଶ ମଧ୍ୟରେ ଲୋକମାନେ ଏଣେତେଣେ ଦୌଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ଷ୍ଟେସନ ଭିତରେ ପଡ଼ି ରହିଥିବା ଦୃଶ୍ୟ ରହିଥିଲା।
ପ୍ରାଥମିକ ଅବସ୍ଥାରେ ଗୁଳିମାଡ଼ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ କେବଳ ୧୦ ଜଣ ଗୁଳିମାଡ଼ରେ ଆହତ ହୋଇଥିବା କୁହାଯାଇଛି।
The post ମେଟ୍ରୋ ଷ୍ଟେସନ ଗୁଳିମାଡ଼ ପଛରେ ୬୨ ବର୍ଷୀୟ କୃଷ୍ଣକାୟ ବୃଦ୍ଧ appeared first on Odisha Reporter.
from Odisha Reporter https://ift.tt/tm58Hwo
No comments:
Post a Comment