ବାଟ ଓଗାରିଲେ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 21, 2022

ବାଟ ଓଗାରିଲେ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଛି।

ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କର ଶତାବ୍ବୀ ନଗରରେ ଏକ  ଜୁଏଲରୀ ଦୋକାନ ରହିଛି । ସବୁ ଦିନ ପରି ଗତକାଲି  ରାତିରେ ଦୋକାନ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ ବାଇକ୍‌ରେ କିଛି ଦୁବୃର୍ତ୍ତ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ।  ଏହାପରେ ତାଙ୍କଠୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ।

ଘଟଣା ପରେ ଖଣ୍ଡଗିରି ପୁଲିସ୍ ଖୋଲତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସାୟୀଙ୍କ ସୁନା ଦୋକାନରୁ ପୂର୍ବରୁ ବି ଲୁଟ୍ ହୋଇଛି ।

The post ବାଟ ଓଗାରିଲେ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା appeared first on Odisha Reporter.



from Odisha Reporter https://ift.tt/4Th1sq3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages