ମୋଦିଙ୍କ ଗସ୍ତ ପୂର୍ବରୁ ଏନକାଉଣ୍ଟର୍‌: ଯବାନ ସହିଦ, ୪ ଆତଙ୍କୀ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 21, 2022

ମୋଦିଙ୍କ ଗସ୍ତ ପୂର୍ବରୁ ଏନକାଉଣ୍ଟର୍‌: ଯବାନ ସହିଦ, ୪ ଆତଙ୍କୀ ସଫା

ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗୁଳି ବିନିମୟରେ ଥରେ ଉଠିଛି ଜମ୍ମୁ-କଶ୍ମୀର। ଆଜି ସୁଞ୍ଜୱାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀମାନେ ଗୋଟିଏ ଘର ଭିତରେ ଲୁଚି ରହି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ମାଡ଼ କରୁଛନ୍ତି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଉଛି। ଏହି ଏନକାଉଣ୍ଟର୍‌ରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜମ୍ମୁ ଉପକଣ୍ଠ ଗୋଟିଏ ଆର୍ମି କ୍ୟାମ୍ପ ନିକଟରେ ହିଁ ଏପରି ଗୁଳି ବିନିମୟ ଜାରି ରହିଛି।

ସେହିପରି ୨୨ ଘଣ୍ଟା ହେଲା ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ଏନକାଉଣ୍ଟର ଜାରି ରହିଛି। ଏହି ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୪ ଜଣ ଆତଙ୍କବାଦୀଙ୍କୁ ଖତମ କରିଛନ୍ତି। ଏମାନଙ୍କ ମଧ୍ୟରେ ଲସ୍କରର ଜଣେ ଟପ୍‌ କମାଣ୍ଡର ମଧ୍ୟ ରହିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ସେନା ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନି। କେବଳ ଜମ୍ମୁ-କଶ୍ମୀର ପୁଲିସ୍‌ କହିଛି ଯେ ବାରମୁଲ୍ଲା ଏନକାଉଣ୍ଟର୍‌ରେ ୪ ଆତଙ୍କୀ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଏନକାଉଣ୍ଟର ଜାରି ରହିଛି।


ଶୁକ୍ରବାର ଭୋର ସମୟରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସ୍‌ କହିଛି ସୁଞ୍ଜୱାନ ଅଞ୍ଚଳରେ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରୁଥିବା ବେଳେ ହଠାତ୍‌ ଗୁଳି ମାଡ଼ର ସମ୍ମୁଖୀନ ହୋଇଥିଲେ। ଗୋଟିଏ ଘର ଭିତରେ ଲୁଚି ରହି ଆତଙ୍କବାଦୀମାନେ ଗୁଳି ମାଡ଼ କରିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଏନକାଉଣ୍ଟର୍‌ରେ ୫ ଜଣ ଯବାନ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।

ଆଡିସନାଲ ଡିଜିପି ମୁକେଶ ସିଂହ କହିଛନ୍ତି, ଜମ୍ମୁ-କଶ୍ମୀର ପୁଲିସ୍‌ର ସ୍ପେଶାଲ ଅପରେସନ ଗ୍ରୁପ ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏନକାଉଣ୍ଟର ସୃଷ୍ଟି ହୋଇଛି। ଆତଙ୍କବାଦୀମାନେ ଗୋଟିଏ ଘର ଭିତରେ ଲୁଚି ରହିଛନ୍ତି। ସେମାନଙ୍କୁ ୪ ପଟୁ ଘେରାବନ୍ଦୀ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଢାଲ କରି ଆତଙ୍କବାଦୀମାନେ ଗୁଳି ଚଳାଉଛନ୍ତି। ସମ୍ଭବତଃ ୨ ଜଣ ବିଦେଶୀ ଆତଙ୍କବାଦୀ ଘର ଭିତରେ ରହିଥିବା ସେ କହିଛନ୍ତି।


ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାକୁ ଗସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ଏହି ସମୟରେ ହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହେଉଛନ୍ତି।

The post ମୋଦିଙ୍କ ଗସ୍ତ ପୂର୍ବରୁ ଏନକାଉଣ୍ଟର୍‌: ଯବାନ ସହିଦ, ୪ ଆତଙ୍କୀ ସଫା appeared first on Odisha Reporter.



from Odisha Reporter https://ift.tt/TqcHB04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages