ଚାଉଳ ବରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 26, 2022

ଚାଉଳ ବରା

ଆବଶ୍ୟକ ସାମଗ୍ରୀ: ଚାଉଳ, କଞ୍ଚା ଲଙ୍କା, ଅଦା, ତେଲ, ଲୁଣ, ଜୁଆଣି, ବିରି, ଖାଇବା ସୋଢ଼ା

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚାଉଳ ଓ ବିରିକୁ କିଛି ସମୟ ଭିଜାଇ ରଖି ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ।  ପରେ ଗ୍ରାଇଣ୍ଡିଂ କରିଥିବା ବିରିକୁ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭେଣ୍ଟୁନ୍ତୁ। ପରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ସହ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ।

ପରେ ତାକୁ ବାହାରକୁ ଆଣି ସେଥିରେ କଞ୍ଚା ଲଙ୍କା ଓ ଅଦା ଛେଚା, ଜୁଆଣି, ଅଳ୍ପ ଖାଇବା ସୋଢ଼ା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।  ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ଗୋଳାଇ ରଖିଥିବା ମିଶ୍ରଣକୁ ବରା ଆକାରରେ ଛାଣନ୍ତୁ। ଏହା ହୋଇଗଲା ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ଏହାକୁ ଟମାଟୋ ଚଟଣି ଓ ତେନ୍ତୁଣି ଚଟଣି ସହ ସହ ଖାଆନ୍ତୁ।  ପ୍ରସ୍ତୁତ ହୋଇଗଲା ଚାଉଳ ବରା

The post ଚାଉଳ ବରା appeared first on Odisha Reporter.



from Odisha Reporter https://ift.tt/CO5EqYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages