ବାରରେ ବିଲ୍‌ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ବ୍ରିଜେଶଙ୍କୁ ମାରିଦେଲେ ବାଉନ୍ସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 26, 2022

ବାରରେ ବିଲ୍‌ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ବ୍ରିଜେଶଙ୍କୁ ମାରିଦେଲେ ବାଉନ୍ସର

ଲକ୍ଷ୍ନୌ:  ବ୍ୟାଚଲର ପାର୍ଟିରେ ବିଲ୍‌ ପେମେଣ୍ଟକୁ ନେଇ ହୋଇଥିଲା ବଚସା। ଆଉ ତା’ପରେ ବାରରେ ଥିବା ବାଉନ୍ସରମାନେ କରିଥିଲେ ଧୁଆଁଧାର ଆକ୍ରମଣ। ମାରପିଟରୁ ଚାଲିଗଲା ଯୁବକଙ୍କର ଜୀବନ।  ସୋମବାର ରାତିରେ ନୋଏଡା ସେକ୍ଟର-୩୮ ଗାର୍ଡ଼େନସ୍‌ ଗେଲେରିଆ ମଲର ଭିତରେ ଥିବା ଲଷ୍ଟ ଲେମନ୍ସ ବାରରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଜଣେ ୩୦ ବର୍ଷୀୟ ଯୁବକଙ୍କୁ କେତେକ ବାଉନ୍ସର ବାଡ଼େଇ ବାଡ଼େଇ ହତ୍ୟା କରଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା  ଯୁବକ ଜଣକ ହେଲେ ବିହାର ଛପରାର ୩୦ ବର୍ଷୀୟ ବ୍ରିଜେଶ ରାୟ।

ସୋମବାର ରାତିରେ ବ୍ରିଜେଶ ନିଜର ୫-୬ ଜଣ ବନ୍ଧୁଙ୍କ ସହ ପାର୍ଟି ପାଇଁ ଉକ୍ତ ବାରକୁ ଯାଇଥିଲେ।  ପ୍ରାୟ ରାତି ୧୧ଟା ବେଳେ ବିଲ ପୈଠକୁ ନେଇ ବାର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଯୁକ୍ତିତର୍କ ବିସ୍ଫୋରକ ରୂପ ଧାରଣ କରି ବଚସା ରୂପ ନେଇଥିଲା। ଏହି ସମୟରେ ଉକ୍ତ ବାରରେ ଥିବା କିଛି ବାଉନ୍ସର ବ୍ରିଜେଶଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏଥିରେ ବ୍ରଜେଶଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ବ୍ରିଜେଶଙ୍କୁ ଏକ ହସପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘଘୋଣା କରଥିଲେ।  ପୁଲିସ ଏହି ଘଟଣାରେ ବାରର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ୧୬ ଜଣଙ୍କୁ ଅଟକ ରଖିଛି। ଏଥିସହ ପୁଲିସ ମଲରେ ଲାଗିଥିବା  ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଉଛି।

ସ୍ଥାନୀୟଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ବାର ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ଥିଲାକି  ନାହିଁ  ଯାଞ୍ଚ କରାଯାଉଛି। ନୋଏଡାର ଅତିରିକ୍ତ ଡିସିପି ରଣଣ ବିଜୟ ସିଂହ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ବାରରେ ବିଲ ପେମେଣ୍ଟକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଟକ ଥିବା ଅଭିଯୁକ୍ତମାନେ କହିଥିଲେ ଯେ, ବ୍ରିଜେଶ ବିଲ ଦେବାକୁ ଅମଙ୍ଗ ହୋଇଥିଲେ । ଏହା ପରେ ପବ୍‌ରେ ଥିବା କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା। ପରେ ବାରରରେ ଥିବା ସୁରକ୍ଷାକର୍ମୀଙ୍କ ସହ ହାତାହାତି ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

The post ବାରରେ ବିଲ୍‌ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ବ୍ରିଜେଶଙ୍କୁ ମାରିଦେଲେ ବାଉନ୍ସର appeared first on Odisha Reporter.



from Odisha Reporter https://ift.tt/j3eu4FT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages