ମହଙ୍ଗା ପଡିଲା ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ବନ୍ଧା ହେଲେ ୯ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 24, 2022

ମହଙ୍ଗା ପଡିଲା ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ବନ୍ଧା ହେଲେ ୯ ଜଣ

ବାରିପଦା(ମାଣିକ ଲାଲ ପାଣି): ମହଙ୍ଗା ପଡିଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା  ଘଟଣା । ଜିଲାପାଳଙ୍କ ଗାଡି ଭଙ୍ଗାରୁଜା ସହ ଜାତୀୟ ରାଜପଥ ଅବରୋଧ କରିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୟୂରଭଂଜ ପୁଲିସ୍‌ ।

ମୟୁରଭଂଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସୌରୀ ଛକରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିଲା  । ସେହି ସମୟରେ ଜିଲ୍ଲାପାଳ ପରିବାର ସହ କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ଜିଲ୍ଲାପାଳଙ୍କ ଗାଡ଼ି ଦେଖି ଲୋକେ ତାଙ୍କ ଗାଡିକୁ ଅଟକାଇଥିଲେ । ଜିଲାପାଳ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପୂର୍ବରୁ ଉପସ୍ଥିତ ଲୋକେ ସେଠାରେ ଗଣ୍ଡଗୋଳ କରିଥିଲେ । କିଛି ଦୁର୍ବୃତ୍ତଙ୍କ ଢେଲା ମାଡରେ ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗିଥିଲା ।

ଗିରଫ ଅଭିଯୁକ୍ତମାନେ ।

ଏହି  ଘଟଣାରେ ପୁଲିସ୍‌ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍‌ ୯ ଜଣ ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଛି। ରାସ୍ତା ଅବରୋଧ ଏବଂ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା  ଓ ପିଏସଓଙ୍କଠାରୁ ବନ୍ଧୁକ ଛଡ଼ାଇବା ପରି ସଙ୍ଗୀନ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି  ।

ମୟୁରଭଂଜ ପୁଲିସ୍‌ ପକ୍ଷରୁ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ଜାଗାରେ ଛାପାମରା ଜାରି ରଖିଛି । ଗିରଫଦାରି ଆଗକୁ ଆହୁରି ବଢିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି   ।

The post ମହଙ୍ଗା ପଡିଲା ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣା, ବନ୍ଧା ହେଲେ ୯ ଜଣ appeared first on Odisha Reporter.



from Odisha Reporter https://ift.tt/1SY3eJB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages