ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ି ଚାଲିଛି ତୈଳଦର। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ପୁଣିଥରେ ୮୦ ପଇସା ଲେଖାଏ ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚି ଯାଇଛି।
ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୫ ପଇସା ଓ ୮୪ ପଇସା ବଢ଼ିଛି। ଫଳରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ରେଡର୍କ ୧୨୦.୫୧ ଟଙ୍କା ଓ ଡିଜେଲର ଦାମ ୧୦୪.୭୭ ଟଙ୍କା ହୋଇଛି। ଗତ ୧୬ ଦିନ ମଧ୍ୟରେ ସମଗ୍ର ଦେଶରେ ତୈଳଦର ଆଜିକୁ ମିଶାଇ ୧୪ଥର ବଢ଼ିଲାଣି।
ଏହି ୧୪ ଦିନ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ପ୍ରାୟ ୧୦ ଟଙ୍କା ମହଙ୍ଗା ହୋଇଛି। ଆଗକୁ ତୈଳଦର ଆହୁରି ବଢ଼ିବ ବୋଲି ମଧ୍ୟ ଆଶଙ୍କା ରହିଛି। ନଭେମ୍ବର ୪ରୁ ଦେଶରେ ତୈଳଦର ଅପରିବର୍ତ୍ତିତ ଥିଲା। ଏହି ସମୟରେ ଅଶୋଧିତ ତୈଳଦାମ ବଢ଼ିଥିଲେ ହେଁ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇ ନଥିଲେ। ହେଲେ ମାର୍ଚ୍ଚ ୨୨ରୁ କ୍ରମାଗତ ଭାବେ ତୈଳଦର ବଢ଼ିବାରେ ଲାଗିଛି।
ବର୍ଦ୍ଧିତ ଦରକୁ ନେଇ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ତଥାପି ସରକାର ବିଭିନ୍ନ ଦେଶର ଆଳ ଦେଖାଇ ତୈଳଦର ବୃଦ୍ଧିକୁ ଠିକ୍ ବୋଲି କହିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ପରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୧୨.୬୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୨.୩୫ ଟଙ୍କାରେ ବିକ୍ରି ହେଉଛି। ୧୬ ଦିନ ତଳେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧ ଟଙ୍କା ଥିଲା। ହେଲେ ଏବେ ଏହା ୧୧୨ ଟଙ୍କା ପାର କରିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
The post ଥମିବାର ନାଁ ଧରୁନି, ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର appeared first on Odisha Reporter.
from Odisha Reporter https://ift.tt/4jQBqRn
No comments:
Post a Comment