ବେଲଗାମ୍‌ ତୈଳ ଦର, ୧୩ ଦିନରେ ବଢ଼ିଲାଣି ୧୧ ଥର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 2, 2022

ବେଲଗାମ୍‌ ତୈଳ ଦର, ୧୩ ଦିନରେ ବଢ଼ିଲାଣି ୧୧ ଥର

ନୂଆଦିଲ୍ଲୀ: ବେଲଗାମ୍‌ ହୋଇଛି ତୈଳ ଦର। ଲଗାତର ହୋଇ ଚାଲିଛି ଉପର ମୁହାଁ।  ଆଜି ପୁଣି ବଢ଼ିଛି ପେଟ୍ରୋଲ ଡିଜେଲ ଦାମ୍‌। ୧୩ ଦିନ ଭିତରେ ୧୧ ଥର ପାଇଁ ତୈଳ ଦାମ୍ ମହଙ୍ଗା ହୋଇଛି।  ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ/ଡିଜେଲ ଦାମ୍‌।

ମୂଲ୍ୟ ବୃଦ୍ଧି ପରେ ଓଡ଼ିଶାରେ ପେଟ୍ରୋଲ ଦର ୧୧୦ ଟଙ୍କା ୭୬ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୧ ପଇସାରେ ପହଞ୍ଚିଛି। ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୩ଟଙ୍କା ୪୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୬୭ ପଇସା ଦରରେ ବିକ୍ରି ହେଉଛି।

ସେପଟେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ଲାଗୁ ହେବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୧୮ଟଙ୍କା ୪୧ ପଇସା ଓ ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ୦୩ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୮୨ ପଇସା ଦରରେ ବିକ୍ରି ହେଉଛି। ଚେନ୍ନାଇରେ ୭୫ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ। ମୂଲ୍ୟ ବୃଦ୍ଧି ପରେ ଏଠାରେ ପେଟ୍ରୋଲ ଦର ଲିଟର ପିଛା ୧୦୮ ଟଙ୍କା ୯୬ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୯ଟଙ୍କା ୦୪ପଇସାରେ ବିକ୍ରି ହେଉଛି।

ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି।

The post ବେଲଗାମ୍‌ ତୈଳ ଦର, ୧୩ ଦିନରେ ବଢ଼ିଲାଣି ୧୧ ଥର appeared first on Odisha Reporter.



from Odisha Reporter https://ift.tt/r9sUWxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages