ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୁଇଁ ଗାଁର ସୁରେନ୍ଦ୍ର ବଗର୍ତ୍ତି।
ସୂଚନା ଅନୁଯାୟୀ, ରତନପୁର ଗାଁର ବିଶିକେଶନ ପ୍ରଧାନ ନିଜ ଘରେ କୂଅ ଖୋଳିବା ପାଇଁ ସୁମନ୍ତ ସାହୁଙ୍କୁ ଠିକା ଦେଇଥିଲେ। ସୁମନ୍ତ , ସୁରେନ୍ଦ୍ରଙ୍କ ସମେତ କିଛି ଶ୍ରମିକଙ୍କ ସହାୟତାରେ ଗତକାଲି କୂଅ ଖୋଳୁଥିଲେ। ପଥର ବ୍ଲାଷ୍ଟିଂ ପାଇଁ କୂଅରେ କିଛି ବିସ୍ଫୋରକ ସାମଗ୍ରୀ ପକାଯାଇଥିଲା। ହେଲେ କିଛି ସମୟ ପର୍ଯ୍ୟନ୍ତ ତାହା ନଫୁଟିବାରୁ ସୁରେନ୍ଦ୍ର କୂଅ ଭିତରକୁ ଦେଖିବାକୁ ଯାଇଥିଲେ। ସୁରେନ୍ଦ୍ର କୂଅ ଭିତରକୁ ପଶିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ସୁରେନ୍ଦ୍ର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
The post ପଥର ବ୍ଲାଷ୍ଟିଂ ବେଳେ ବିସ୍ଫୋରଣ ଘଟି ଯୁବକ ମୃତ appeared first on Odisha Reporter.
from Odisha Reporter https://ift.tt/nlQg4EG
No comments:
Post a Comment