ଜାତିସଂଘ ମାନବାଧିକାର ପରିଷଦରୁ ରୁଷ ନିଲମ୍ବିତ, ଭୋଟ ଦେଲାନି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 7, 2022

ଜାତିସଂଘ ମାନବାଧିକାର ପରିଷଦରୁ ରୁଷ ନିଲମ୍ବିତ, ଭୋଟ ଦେଲାନି ଭାରତ

ଜେନେଭା: ୟୁକ୍ରେନ ଉପରେ କ୍ରମାଗତ ହମଲା କରିବା ରୁଷକୁ ମହଙ୍ଗା ପଡ଼ିଛି। ବିଶେଷ କରି ୟୁକ୍ରେନର ବୁଚା ସହରରେ ରୁଷ ସେନା ଶହଶହ ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଜାତିସଂଘ ମାନବାଧିକାର ପରିଷଦ ମସ୍କୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁ ରୁଷକୁ ଜାତିସଂଘ ମାନବାଧିକାର ପରିଷଦରୁ ଗୁରୁବାର ନିଲମ୍ବିତ କରାଯାଇଛି। ରୁଷକୁ ପରିଷଦରୁ ନିଲମ୍ବିତ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ଆସେମ୍ବଲିରେ ସ୍ୱତନ୍ତ୍ର ସଂକଳ୍ପ ଉପସ୍ଥାପନ କରାଯାଇଥିଲା। ୧୯୪ ସଦସ୍ୟ ବିଶିଷ୍ଟ ଜାତିସଂଘର ଅଧିକାଂଶ ରାଷ୍ଟ୍ର ସଂକଳ୍ପ ସପକ୍ଷରେ ଭୋଟ ଦେଇଥିଲେ। ହେଲା ଭାରତ ସମେତ ୫୮ଟି ଦେଶ ଭୋଟ ଦାନକୁ ନିଜକୁ ଦୂରେଇ ରଖିଛନ୍ତି। ୯୩ଟି ଦେଶ ସଂକଳ୍ପ ସପକ୍ଷରେ ଓ ୨୪ଟି ଦେଶ ଏହା ବିରୋଧରେ ଭୋଟିଂ କରିଥିଲେ।

ଏହି ନିଲମ୍ବନ ସହ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି। ରୁଷ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ। ହେଲେ କୌଣସି ସ୍ଥାୟୀ ସଦସ୍ୟଙ୍କୁ ଏପରି ମାନବାଧିକାର ପରିଷଦରୁ ନିଲମ୍ବନ କରାଯିବା ଜାତିସଂଘ ଇତିହାସରେ ପ୍ରଥମ ଘଟଣା। ସେହିପରି ଲିବ୍ୟା ପରେ ରୁଷ ଦ୍ୱିତୀୟ ଦେଶ ଭାବେ ୪୭ ଜଣିଆ ମାନବାଧିକାର ପରିଷଦରୁ ନିଲମ୍ବିତ ହୋଇଛି। ୨୦୧୧ରେ ସର୍ବସମ୍ମତିକ୍ରମେ ଲିବ୍ୟାକୁ ପରିଷଦରୁ ନିଲମ୍ବିତ କରାଯାଇଥିଲା।

ଅନ୍ୟପକ୍ଷରେ ଭାରତ ୧୦ମ ଥର ପାଇଁ ୟୁକ୍ରେନ ଆକ୍ରମଣ ଘଟଣାରେ ଆସିଥିବା କୌଣସି ସଂକଳ୍ପର ଭୋଟଦାନରୁ ନିଜକୁ ଦୂରେଇ ରଖିଛି। ତେବେ ଭାରତର ଏପରି ଆବଷ୍ଟେନ ପରୋକ୍ଷରେ ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକ ରୁଷ ବିରୋଧରେ ନେବାକୁ ଥିବା ପଦକ୍ଷେପକୁ ସୁହାଇଛି।

ଭୋଟିଂ ପୂର୍ବରୁ ଜାତିସଂଘର ସଦସ୍ୟମାନଙ୍କୁ ରୁଷ ଚେତାବନୀ ଦେଇଥିଲା। ମସ୍କୋ କହିଥିଲା ଯେ ସଂକଳ୍ପ ବିରୋଧରେ ଭୋଟ ଦେବା କିମ୍ବା ଏଥିରୁ ଦୂରେଇ ରହିବା ଆଦୌ ଠିକ୍ ନୁହେଁ। ଏହା ଅଣବନ୍ଧୁତା ଆଚରଣ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ଏହା ପ୍ରଭାବିତ କରିପାରେ। ତେଣୁ ସବୁ ସଦସ୍ୟ ଭୋଟଦାନରେ ନିଜକୁ ସାମିଲ କରନ୍ତୁ ବୋଲି ରୁଷ ପରାମର୍ଶ ଦେଇଥିଲା। ଏହା ସତ୍ତ୍ୱେ ଭାରତ ସମେତ ୫୮ଟି ଦେଶ ଭୋଟ ଦାନରୁ ନିଜକୁ ଦୂରେଇ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚାଇନା ଜାତିସଂଘରେ ଆସିଥିବା ସଂକଳ୍ପ ବିରୋଧରେ ଭୋଟ ଦେଇଛି। ଅର୍ଥାତ ରୁଷକୁ ସମର୍ଥନ କରିଛି। କିନ୍ତୁ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଭୁଟାନ, ବ୍ରାଜିଲ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ, ମ୍ୟାଲେସିୟା, ମାଲଦ୍ୱୀପ, ନେପାଳ, କତାର ଓ ସାଉଦି ଆରବ ଭଳି ୫୮ଟି ଦେଣ ଭୋଟ ଦେଇନାହାନ୍ତି।

The post ଜାତିସଂଘ ମାନବାଧିକାର ପରିଷଦରୁ ରୁଷ ନିଲମ୍ବିତ, ଭୋଟ ଦେଲାନି ଭାରତ appeared first on Odisha Reporter.



from Odisha Reporter https://ift.tt/tuPaTFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages