ପୁରୀ (ଓଡ଼ିଶା ରିପୋର୍ଟର): ଥାନାରୁ କେସ୍ ଉଠାଇବା ପାଇଁ ପ୍ରଥମେ ଏନ୍ଫୋର୍ସମେଣ୍ଟ ଅଧିକାରୀଙ୍କୁ ଫୋନରେ ଧମକ ଦେଲେ। ତା’ ପରେ ତାଙ୍କ ଘର ଉପରକୁ ତିନୋଟି ବୋମା ଫିଙ୍ଗିଲେ। ପୁରୀ ଜିଲ୍ଲାରେ ଘଟିଛି ଏହି ଘଟଣା।
ବୋମାମାଡ଼ରେ ଏନଫୋର୍ସ ମେଣ୍ଟ ଅଧିକାରୀ କାଶୀନାଥ ମହାରଣାଙ୍କ ଝିଅ ଆହତ ହୋଇଛନ୍ତି। ଏହାସହ ତାଙ୍କ ଘରର କାନ୍ଥ ଗୁଡ଼ିକ ଫାଟି ଯାଇଛି।
କାଶୀନାଥ ପୁରୀ ମ୍ୟୁନିସିପାଲଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ କିଛି ଲୋକ ପାରା ଚୋରି କରି ନେଇ ଯାଇଥିଲେ। ଏନେଇ ସେ କୁମ୍ଭାରପଡ଼ା ଥାନାରେ ୩ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।
ଅଭିଯୁକ୍ତମାନେ ଶନିବାର ସକାଳେ କାଶୀନାଥଙ୍କୁ ଫୋନ୍ରେ କେସ୍ ଉଠାଇ ନେବା ପାଇଁ ଧମକ ଦେଇଥିଲେ। ଏହା ପରେ ରାତି ତାଙ୍କ ଘର ଉପରକୁ ୩ଟି ବୋମା ମାଡ଼ କରିଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରୁଛି।
The post ଏନଫୋର୍ସ ମେଣ୍ଟ ଅଧିକାରୀଙ୍କ ଘରକୁ ବୋମାମାଡ଼ appeared first on Odisha Reporter.
from Odisha Reporter https://ift.tt/O5mKyrM
No comments:
Post a Comment