ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଆଉ ଏହାର ଦୁଇଟି ଫଟୋ ସେ ଶନିବାର ସନ୍ଧ୍ୟାରେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ଏହି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅନୁପମ ଖେର ଏକ ରୁଦ୍ରାକ୍ଷ ମାଳ ପ୍ରଦାନ କରିଥିଲେ। ଏହି ରୁଦ୍ରାକ୍ଷ ମାଳଟି ଅନୁପମଙ୍କ ମା’ ପ୍ରଧାନମନ୍ତ୍ରୀଙ୍କ ପାଇଁ ପଠାଇଥିଲେ। ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ମାଳଟିକୁ ଗ୍ରହଣ କରିଥିବାରୁ ଅନୁପମ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନୁପମ ଟ୍ୱିଟ୍ କରି ଲେଖିଛନ୍ତି, ଆପଣଙ୍କୁ ସାକ୍ଷାତ କରି ପ୍ରସନ୍ନ ହେଲି। ଆପଣ ଦେଶବାସୀଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଏହା ପ୍ରେରଣାଦାୟକ। ଯେଉଁ ଶ୍ରଦ୍ଧାରେ ଆପଣ ମୋ ମା’ଙ୍କ ଦ୍ୱାରା ଆପଣଙ୍କ ରକ୍ଷା ପାଇଁ ପଠାଯାଇଥିବା ରୁଦ୍ରାକ୍ଷ ମାଳକୁ ଗ୍ରହଣ ଗଲେ, ତାହା ମୁଁ ସର୍ବଦା ମନେ ରଖିବି।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଅନୁପମ ଖେରଜୀ। ଆଦରଣୀୟ ମାତାଜୀ ଓ ଦେଶବାସୀଙ୍କ ଆଶୀର୍ବାଦ ଯୋଗୁ ମୋତେ ମା’ ଭାରତୀଙ୍କ ସେବା କରିବାକୁ ନିରନ୍ତର ପ୍ରେରଣା ମିଳୁଛି।
ଏହା ପୂର୍ବରୁ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନେତା ଅନୁପମ ଖେରଙ୍କୁ ପ୍ରଶଂସା କରିଥିଲେ। ଏହି ଫିଲ୍ମରେ ଅନୁପମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ବେଶ୍ ଉଚ୍ଚକୋଟୀର ହୋଇଛି।
The post ପ୍ରଧାନମନ୍ତ୍ରୀଙ୍କ ପାଇଁ କ’ଣ ପଠାଇଥିଲେ ଅନୁପମଙ୍କ ମା’ appeared first on Odisha Reporter.
from Odisha Reporter https://ift.tt/e8fDyCO
No comments:
Post a Comment