ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସା ମାମଲରେ ପୁଲିସ ମୋଟ ୨୦ ଜଣଙ୍କୁ ଗିରଫ କରିଛି। ଏହି ହିଂସା ମାମଲାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଅସାଂର ଓ ଅସଲମ୍ଙ୍କୁ ଦିନିକିଆ ପୁଲିସ ହେପାଜତଙ୍କୁ ପଠାଇଛନ୍ତି କୋର୍ଟ। ତେବେ କୋର୍ଟରେ ପ୍ରବେଶ କରିବା ପୂର୍ବରୁ ଅଭିଯୁକ୍ତ ଅସାଂର ଦେଖାଇଛି ‘ପୁଷ୍ପା ଷ୍ଟାଇଲ୍’। ସେ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲ୍ରେ ଦିଲ୍ଲୀ ରୋହିଣୀ କୋର୍ଟ ଭିତରେ ଏଣ୍ଟ୍ରି କରିଥିବାର ଭିଡିଓ ସାମ୍ନାକୁ ଆସିଛି।
ଗତକାଲି ଦିଲ୍ଲୀ ହିଂସା ମାମଲାର ସମସ୍ତ ଅଭିଯୁକ୍ତମାନଙ୍କୁ ରୋହଣୀ କୋର୍ଟରେ ହାଜର କରାଯାଇଥିଲା। ତେବେ ଏତିକି ବେଳେ କୋର୍ଟ ପରିସରରେ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ ଦେଖି ଅଭିଯୁକ୍ତ ଅଂସାର ସବୁ ସୀମା ପାର ବେଲଜ୍ଜା ଭଳି ବ୍ୟବହାର କରିଥିଲା। ଅଂସାର କୋର୍ଟର ଗେଟ୍ ନିକଟରେ ମିଡିଆକର୍ମୀଙ୍କୁ ଦେଖି ଫିଲ୍ମ ‘ପୁଷ୍ପା’ର ଷ୍ଟାଇଲ ଦେଖାଇଥିଲା। କେବଳ ଏହା ନୁହେଁ ଅଭିଯୁକ୍ତ ଅଂସାର ହସି ହସି କୋର୍ଟରେ ପ୍ରବେଶ କରୁଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନର କୌଣସି ଭୟ ନଥିବା ତାର ମୁହଁରୁ ସ୍ପଷ୍ଟ ବାରି ହେଉ ଥିଲା।
#WATCH | Accused in Jahangirpuri violence case being taken to Rohini court pic.twitter.com/UZZPobYZ4n
— ANI (@ANI) April 17, 2022
ସୂଚନା ମୁତାବକ, ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୫ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟ ୧୨ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହି ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଅଂସାର ଥିବା ପୋଲିସ କହିଛି।
ଅନ୍ୟପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସାକାଣ୍ଡ ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜାହାଙ୍ଗିରପୁରୀ ଅଞ୍ଚଳରେ ପୁଲିସ ପଇନ୍ତରା ମାରିଛି । ହିଂସାକାଣ୍ଡ ଘଟାଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
The post ଦିଲ୍ଲୀ ହିଂସା: ପୁଷ୍ପା ଷ୍ଟାଇଲ୍ରେ କୋର୍ଟରେ ଏଣ୍ଟ୍ରି କଲା ମୁଖ୍ୟ ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/tEJAhe5
No comments:
Post a Comment