ଲକ୍ଷ୍ନୌ: ବିଜେପିର ପିଛା ଛାଡୁନି ଲଖିମପୁର ଖେରି ମାମଲା। ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି। ରବିବାର ବିଳମ୍ବିତ ରାତିରେ ଲଖିମପୁର ଖେରି ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ କାର୍ ବାଇକ୍ ଚାଲକଙ୍କ ଉପରେ ମାଡି ଯାଇଛି। ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ଦାଦା ପୁତୁରା ବୋଲି ଜଣାପଡିଛି। ସେପଟେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ କାର୍ଟି ଲଖିମପୁର ସଦର ବିଧାନସଭା ଆସନର ବିଜେପି ବିଧାୟକ ୟୋଗେଶ ବର୍ମାଙ୍କ ବୋଲି କୁହାଯାଉଛି।
ସୂଚନା ମୁତାବକ, ଏହି ଦୁର୍ଘଟଣା ଲଖିମପୁର-ବହରାଇଚ ରାସ୍ତାରେ ଘଟିଛି। ସମ୍ପର୍କରେ ଦାଦା-ପୁତୁରା ଥିବା ଦୁଇଜଣ ଯୁବକ ବାଇକ୍ରେ କୌଣସି ସ୍ଥାନରୁ ଘରକୁ ଫେରୁଥିଲେ। ବାଇକ୍ ଆରୋହୀମାନେ ରାମପୁର ନିକଟରେ ପହଞ୍ଚିବା ବେଳେ ଏକ ଦ୍ରୁତ ଗତିରେ ସ୍କର୍ପିଓ କାର୍ ଆସି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ସ୍କର୍ପିଓ ଧକ୍କାରେ ବାଇକ୍ ଚଳାଉଥିବା ଯୁବକମାନେ ତଳେ ପଡିଯାଇଥିଲେ। ପରେ ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।
ଉକ୍ତ ସ୍କର୍ପିଓ କାର୍ ଉପରେ ବିଧାୟକଙ୍କ ନାଁ ଲେଖାଯାଇଥିଲା। ଏହି ଗାଡି ଲଖିମପୁର ସଦର ଆସନରୁ ଶାସକ ବିଜେପି ବିଧାୟକ ଯୋଗେଶ ବର୍ମାଙ୍କ ବୋଲି କୁହାଯାଉଛି। ବିଜେପି ବିଧାୟକ ଯୋଗେଶ ବର୍ମାଙ୍କ ପତ୍ନୀଙ୍କ ନାମରେ ସ୍କର୍ପିଓ ଗାଡିଟି ରେଜିଷ୍ଟର ଅଛି। କୁହାଯାଉଛି ଯେ ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ସେତେବେଳେ ବିଧାୟକ ଯୋଗେଶ ବର୍ମା ଗାଡିରେ ନଥିଲେ।
ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ସୂଚନା ମୃତକଙ୍କ ଗାଁରେ ପହଞ୍ଚିବା ମାତ୍ରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
The post ଲଖିମପୁର ଘଟଣାର ପୁନରାବୃତ୍ତି: ଦାଦା ପୁତୁରାଙ୍କ ଉପରେ ଗାଡି ଚଢ଼ାଇ ଦେଲେ ବିଜେପି ବିଧାୟକ! appeared first on Odisha Reporter.
from Odisha Reporter https://ift.tt/0wSdXeU
No comments:
Post a Comment