ସପିଂ ମଲ୍‌ରେ ଗୁଳିମାଡ଼, ୧୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 16, 2022

ସପିଂ ମଲ୍‌ରେ ଗୁଳିମାଡ଼, ୧୨ ଆହତ

ୱାଶିଂଟନ: ସପିଂ ମଲ୍‌ରେ ଆଖିବୁଜା ଗୁଳିମାଡ। କିଛି ଦୁର୍ବୃତ୍ତ ସପିଂ ମଲ୍‌ ଭିତରେ ପଶି ଲୋକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ଆମେରିକାର ସାଉଥ କ୍ୟାରୋଲିନା ସ୍ଥିତ କଲମ୍ବିଆନ୍‌ ସହରର ଏକ ମଲ୍‌ରେ।

ସାଉଥ କାରୋଲିନାର କଲମ୍ବିଆନ୍‌ ସହରରେ ଥିବା ଏକ ବ୍ୟସ୍ତବହୁଳ ସପିଂ ମଲରେ ଗୁଳି ବିନିମୟରେ ୧୨ ଜଣଙ୍କୁ ଗୁଳି ବାଜିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗୁଳିମାଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

କଲମ୍ବିଆନ ସେଣ୍ଟରରେ କଲମ୍ବିଆନ୍‌ ପୁଲିସର କହିବା ମୁତାବକ, ଶନିବାର ଅପରାହ୍ଣରେ ସପିଂ ମଲ୍‌ର ଫୁଡ୍‌ କୋର୍ଟରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ଗୁଳିମାଡ କରୁଥିଲେ। ତେବେ ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ଗୁଳିମାଡରେ ୧୦ ଜଣ ଆହତ ହୋଇଥିବା ବେଳେ ଦୌଡାଦୌଡି ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି।

ଘଟଣା ପୂର୍ବରୁ ତିନି ଜଣ ବ୍ୟକ୍ତି, ଯେଉଁମାନେ ପୂର୍ବ ପରିଚିତ ଥିଲେ, ସେମାନେ ମଲରେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ। କଥାବାର୍ତ୍ତା ବେଳେ ପରସ୍ପର ମଧ୍ୟରେ ଏକ ପ୍ରକାର ବାଦବିବାଦ ଉପୁଜିଥିଲା। ଏହାପରେ ସେମାନେ ଗୁଳି ଫୁଟାଇଥିଲେ।

୧୨ ଜଣ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୬ ଜଣଙ୍କ ଅବସ୍ଥା ସ୍ଥିର ଅଛି। ସମସ୍ତ ଗୁରୁତରଙ୍କ ବୟସ ୧୫ରୁ ୭୩ ବର୍ଷ ମଧ୍ୟରେ ଥିବା ପୁଲିସ ସୂଚନା ଦେଇଛି।

The post ସପିଂ ମଲ୍‌ରେ ଗୁଳିମାଡ଼, ୧୨ ଆହତ appeared first on Odisha Reporter.



from Odisha Reporter https://ift.tt/buw6YFg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages