ଦିଲ୍ଲୀ ହିଂସାକାଣ୍ଡରେ ୯ ଗିରଫ, ଉତ୍ତରପ୍ରଦେଶରେ ହାଇ ଅଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 16, 2022

ଦିଲ୍ଲୀ ହିଂସାକାଣ୍ଡରେ ୯ ଗିରଫ, ଉତ୍ତରପ୍ରଦେଶରେ ହାଇ ଅଲର୍ଟ

ନୂଆଦିଲ୍ଲୀ: ଦିଲ୍ଳୀର ଜାହାଙ୍ଗିରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଶନିବାର ସନ୍ଧ୍ୟାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି ହୋଇଛି। ଏହି ଘଟଣାରେ ପୁଲିସ ପ୍ରଥମେ ୧୫ ଜଣଙ୍କୁ ଅଟକ ରଖିଥିଲା ପରେ ୯ଜଣଙ୍କୁ ଗିରଫ କରିଛି। ହିଂସକାଣ୍ଡରେ ୬ ଜଣ ପୁଲିସ କର୍ମୀଙ୍କ ସମେତ ୯ ଜଣ ଲୋକ ଆହତ ହୋଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ କମିଶନରଙ୍କ ସହ କଥା ହୋଇଛନ୍ତି।  ଯେଉଁମାନେ ହିଂସା କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ସ୍ୱତନ୍ତ୍ର ସେଲ୍‌ ଦ୍ୱାରା କରାଯିବାକୁ ପରାମର୍ଶ ଦିଆଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଦଳ ଲୋକଙ୍କୁ ନିବେଦନ କରିଛନ୍ତି।

ସେପଟେ ଏହି ଘଟଣା ପରେ ଉତ୍ତରପ୍ରଦେଶରେ ମଧ୍ୟ ଏହାକୁ ନେଇ ହାଇ ଅଲର୍ଟ ଜାରି କରାଯାଇଛି। ୟୁପି ପୁଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସେପଟେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନବିଗିଡେ ସେଥିପାଇଁ ବ୍ୟାପକ ଯବାନ ମଧ୍ୟ ମୁତୟନ କରାଯାଇଛି। ଭତ୍ତରପ୍ରଦେଶର ସମସ୍ତ ସମ୍ବେଦନଶୀଳ ସ୍ଥାନ ଉପରେ ଖୋଦ୍‌ ଲକ୍ଷ୍ନୌ କମିଶନର ନଜର ରଖିଛନ୍ତି।

କେବଳ ଉତ୍ତରପ୍ରଦେଶ ନୁହେଁ ଦିଲ୍ଲୀ ସୀମା ସହ ଯୋଡି ହୋଇଥିବା ନଏଡା ଏବଂ ଗୁରୁଗ୍ରାମରେ ମଧ୍ୟ ପୁଲିସ ହାଇ ଅଲର୍ଟରେ ଅଛି। ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ଦେଖି ଏଠାରେ ମଧ୍ୟ ପୁଲିସ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ନଏଡା, ସେଣ୍ଟ୍ରାଲ ନଏଡା ଏବଂ ଗ୍ରେଟର ନଏଡା ତିନୋଟି ଯାକ ପୁଲିସ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି।

ଭିଡ ଅଞ୍ଚଳ, ଦୋକାନ ବଜାର, ସପିଂ ମଲ୍‌ ଆଖପାଖ, ମେଟ୍ରୋ ଷ୍ଟେସନ ଆଦି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି। ଜଣେ ବରିଷ୍ଠ ଅଧିକାରୀ ଏହି ପାଟ୍ରୋଲିଂ ଉପରେ ନଜର ରଖିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ନଜର ରଖିଛନ୍ତି। ବିଶେଷ କରି ଦିଲ୍ଲୀ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ଅଧିକାରୀମାନଙ୍କୁ ପ୍ରସ୍ତୁତ ହେବାକୁ କୁହାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଗୁରୁଗ୍ରାମ ଏସିପି ସଞ୍ଜୀବ ବଲହରା କହିଛନ୍ତି ଯେ ଗୁରୁଗ୍ରାମରେ ପାଟ୍ରୋଲିଂ କରୁଥିବାବେଳେ ପୁଲିସ ବାଇକ ଚଳାଉଥିବା ଅପରାଧୀଙ୍କୁ ସାମ୍ନା କରିଥିଲା। ଏହି ସମୟରେ ଗୁଳି ବିନିମୟରେ ଜଣେ ପୁଲିସ କର୍ମଚାରୀଙ୍କ ଗୋଡରେ ଗୁଳି ବାଜିଥିଲା। ଏହାପରେ ସମଗ୍ର ଅଞ୍ଚଳରେ ବ୍ୟାରିକେଡ୍‌ କରାଯାଇଛି। ସିସିଟିଭି ଫୁଟେଜ୍ ଯାଂଚ କରାଯାଉଛି, ଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ।

ଦୁଇଜଣ ସନ୍ଦିଗ୍ଧ ଏକ ବାଇକ୍‌ରେ ବୁଲୁଥିବା ପୁଲିସ ସୂଚନା ପାଇଥିଲା। ଏହା ପରେ ଅବରୋଧ କରାଯାଇଥିଲା। ଯେତେବେଳେ ପୁଲିସ ଓ ବାଇକ୍ ଚାଳକ ମୁହାଁମୁହିଁ ହୋଇଥିଲେ, ସେତେବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ କରି ଘଟଣାସ୍ଥଳରେ ବାଇକ୍ ଛାଡି ପଳାଇ ଯାଇଥିଲେ ବୋଲି ଗୁରୁଗ୍ରାମ ପୁଲିସ କହିଛି।

ସୂଚନା ମୁତାବକ, ଗତକାଲି ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥର ମାଡ ହୋଇଥିଲା। ଯାହାକୁ ନେଇ ଜାହାଙ୍ଗୀରପୁରା ଅଂଚଳରେ ଉତ୍ତେଜନା ବଢିଥିଲା ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ କରିଥିଲେ। ରାସ୍ତାରେ ଥିବା ଗାଡି, ବାଇକ ଭଙ୍ଗା ରୁଜା କରିବା ସହ ଗାଡି ଜାଳି ଦେଇଥିଲେ। ଏଥିରେ ପୁଲିସ କର୍ମଚାରୀ ସମେତ ଶୋଭାଯାତ୍ରାରେ ସାମିଲ ଶ୍ରଦ୍ଧାଳୁମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

The post ଦିଲ୍ଲୀ ହିଂସାକାଣ୍ଡରେ ୯ ଗିରଫ, ଉତ୍ତରପ୍ରଦେଶରେ ହାଇ ଅଲର୍ଟ appeared first on Odisha Reporter.



from Odisha Reporter https://ift.tt/KNOcoq9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages