ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 18, 2022

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୁଇଟରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାମ ପ୍ରିୟାଂଶୁ ପଣ୍ଡା। ସେ  କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷ ଛାତ୍ର ଥିଲେ।

ଗତକାଲି ମଧ୍ୟାହ୍ନ ସମୟରେ ପ୍ରିୟାଂଶୁ  କ୍ଲାସ ସାରି ହଷ୍ଟେଲକୁ ଫେରୁଥିଲେ। ଏହି ସମୟରେ  ସେ ହଠାତ୍ ତଳେ ପଡ଼ି ସଂଜ୍ଞାହୀନ ହୋଇ ଯାଇଥିଲେ। ତାଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପ୍ରିୟାଂଶୁଙ୍କର ମୃତ୍ୟୁ କେମିତି ହେଲା ତା’ର କାରଣ ଜଣା ପଡ଼ିନଥିବା ବେଳେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏ ସମ୍ପର୍କରେ ବିଶ୍ଵ ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆଜି ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯିବ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ବୁର୍ଲା ଏସ୍‌ଡିପିଓ କହିଛନ୍ତି ।

The post ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/Oc5dSjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages