ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ମାମଲା, ସନ୍ଦିଗ୍ଧ ଯୁବକଙ୍କୁ ଗୁପ୍ତ ସ୍ଥାନରେ ଚାଲିଛି ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 5, 2022

ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ମାମଲା, ସନ୍ଦିଗ୍ଧ ଯୁବକଙ୍କୁ ଗୁପ୍ତ ସ୍ଥାନରେ ଚାଲିଛି ଜେରା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜୋରଦାର ଜେରା କରୁଛି ପୁଲିସ୍‌। ପୁରୀର ଏକ ଗୁପ୍ତ ସ୍ଥାନରେ ସମ୍ପୃକ୍ତ ସନ୍ଦିଗ୍ଧକୁ ପଚରାଉଚରା ଚାଲିଥିବା ବେଳେ ପୁରୀ ପୁଲିସ୍‌ର ବରିଷ୍ଠ ଅଧିକାରୀଙ୍କ ସମେତ ଖୋଦ ଏସ୍‌ପି ମଧ୍ୟ ପଚରାଉଚୁରା କରୁଥିବା ଜଣାଯାଇଛି। ସନ୍ଦିଗ୍ଧଜଣକ କେବଳ ଚୁଲି ଭାଙ୍ଗିବାକୁ ଶ୍ରୀମନ୍ଦିରରେ ପଶିଥିଲା, ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ଏହି ଷଡଯନ୍ତ୍ର ପଛରେ ଆଉ କାହା ହାତ ଅଛି କି ଆଦି ତଥ୍ୟ ଜାଣିବାକୁ ତନାଘନା ଚଳାଇଛି ପୁଲିସ୍‌।

ଅଟକ ଯୁବକ ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳ ବୋଲି କୁହାଯାଉଛି । ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ପୁଲିସ୍‌।। ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୁରୀ ପୁଲିସ୍‌ ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରିଥିବା ଜଣାପଡ଼ିଛି। ସିଂହଦ୍ୱାର ଥାନା ଇନଚାର୍ଜ ତଥା ଟାଉନ ଥାନା ଆଇଆଇସି ଏବଂ ବାସେଳି ସାହି ଥାନା ଆଇଆଇସି ତାକୁ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଧରି  ପୁରୀ ଆଣିଥିଲେ। ଏହାପରେ ତା’ଠୁ ସତ ଉଗାରିବା ପାଇଁ ଲାଗି ପଡ଼ିଛି ପୁଲିସ୍‌ ଟିମ୍‌ ।

ଏଥିନିମନ୍ତେ ପୁରୀ ଅତିରିକ୍ତ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲେ ବି ଏସ୍‌ପି କେ. ବି. ସିଂହ ନିଜେ ତଦନ୍ତର ଅନୁଧ୍ୟାନ କରୁଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍‌ପି ନିଜେ ଅଟକ ଯୁବକକୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପ୍ରେସମିଟ୍ ଜରିଆରେ ଘଟଣା ସମ୍ପର୍କରେ ସୂଚନା ଦେଇପାରନ୍ତି ପୁରୀ ଏସ୍‌ପି।

ଘଟଣା ଦିନ ରାତି ଗୋଟାଏ ପାଞ୍ଚ ମିନିଟ୍‌ରେ ବାଇଶି ପାହାଚ ପାର୍ଶ୍ୱରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ଘର ପାଖରେ ପହଞ୍ଚିଥିଲା ସନ୍ଦିଗ୍ଧ ଯୁବକ। ରାତି ଗୋଟାଏ ଛଅ ମିନିଟ୍‌ ସମୟରେ ସେ ପାଟଅଗଣା ଭିତରକୁ ଯାଇଥିଲା। ସେଠାରୁ ସେ ଗାରଦ ପାହଚ ଦେଇ ନାଟମଣ୍ଡପର ପୋଖରୀଆ ଭିତରକୁ ଯାଇଥିଲା। ତା’ପରେ ସେ ସେଠାରୁ ଗରୁଡ଼ ସ୍ତମ୍ଭ ଦେଇ ମୁଦୁଲି ଦୁଆର ବାଟେ ଚାଲି ଯାଇଥିଲା।

ତେବେ ରାତି ପ୍ରାୟ ଗୋଟାଏ ୧୬ରୁ ୧୭ ମିନିଟ୍‌ ସମୟରେ ଚୁଲି ଭଙ୍ଗା ଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ। ଠିକ୍‌ ସେହି ସମୟ ଭିତରେ ଅର୍ଥାତ ରାତି ପ୍ରାୟ ଗୋଟାଏ ୨୭ ମିନିଟ୍‌ ସମୟରେ ୩ ଜଣ ଜେଟିପି ସମ୍ପୃକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ସମ୍ମୁଖରେ ଛାଡ଼ି ଦେଇଥିଲେ। ତା‘ପରେ ସେ ଫେରାର ହୋଇଥିଲା। ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା। ଏହାପରେ ପୁଲିସ୍‌ ତନାଘନା ଚଳାଇ ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଛି।

ସୂଚନାଯୋଗ୍ୟ, ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଶ୍ରୀମନ୍ଦିର ଚୁଲି ଭାଙ୍ଗିବା ମାମଲା, ସନ୍ଦିଗ୍ଧ ଯୁବକଙ୍କୁ ଗୁପ୍ତ ସ୍ଥାନରେ ଚାଲିଛି ଜେରା appeared first on Odisha Reporter.



from Odisha Reporter https://ift.tt/P0iMXDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages