ହିଜାବ ବିବାଦରେ ମୁଣ୍ଡ ଖେଳାଇଲା, ଭାରତୀୟ ମୁସଲମାନଙ୍କୁ ଉସକାଇଲା ଅଲକାଏଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 5, 2022

ହିଜାବ ବିବାଦରେ ମୁଣ୍ଡ ଖେଳାଇଲା, ଭାରତୀୟ ମୁସଲମାନଙ୍କୁ ଉସକାଇଲା ଅଲକାଏଦା

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦରେ ମୁଣ୍ଡ ଖେଳାଇବା ଆରମ୍ଭ କରିଛି ଆତଙ୍କବାଦୀ ସଂଗଠନ ଅଲ କାଏଦା। ସଂଗଠନର ମୁଖ୍ୟ ଆୟାମାନ ଉଲ ଜୱାହିରୀ ହିଜାବ ବିବାଦକୁ ଆଧାର କରି ଭାରତୀୟ ମୁସଲମାନଙ୍କୁ ଉସକାଇବାକୁ ଚେଷ୍ଟା କରିଛି। ହିଜାବ ବିବାଦକୁ ନେଇ ଚାଲିଥିବା ଅତ୍ୟାଚାର ବିରୋଧରେ ସମସ୍ତେ ସ୍ୱର ଉଠାନ୍ତୁ ବୋଲି ସେ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛି।

ଅଲକାଏଦାର ଅଫିସିଆଲ ଶାହାବାଜ ମିଡିଆ ପକ୍ଷରୁ ଜୱାହିରୀର ଗୋଟିଏ ୯ ମିନିଟର ଭିଡିଓ ଜାରି କରାଯାଇଛି। ଏଥିରେ ସେ କର୍ଣ୍ଣାଟକାର କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କରିଛି। ମୁସ୍କାନ ବୁର୍ଖାରେ ଥିବା ବେଳେ ତାଙ୍କୁ କିଛି ଗେରୁଆ ଉତରୀୟ ପକାଇଥିବା ଛାତ୍ର କମେଣ୍ଟ କରି ଜୟ ଶ୍ରୀରାମ ନାରା ଦେଇଥିଲେ।

ଏହାକୁ ବିରୋଧ କରି ସେ ଆହ୍ଲା ହୁ ଆକବର ନାରା ଦେଇଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ମୁସ୍କାନ ଦୃଢ଼ ଜବାବ ଦେଇଥିବାରୁ ଜୱାହିରୀ ତାଙ୍କୁ ପ୍ରଶଂସା କରିଛି। ସେ ଭିଡିଓରେ ମୁସ୍କାନଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛି। ଭାରତରେ ମୁସଲମାନମାନଙ୍କୁ ଦମନ କରୁଥିବା ଅଭିଯୋଗ କରି ଜାୱାହିରୀ ସମସ୍ତ ଇସଲାମ ଧର୍ମାବଲମ୍ବୀଙ୍କୁ ଏହା ବିରୋଧରେ ସ୍ୱର ଉଠାଇବାକୁ ଉସକାଇଛି।

ଜୱାହିରୀ ଭିଡିଓରେ ମୁସ୍କାନଙ୍କୁ ପ୍ରଶଂସା କରି ଗୋଟିଏ କବିତା ମଧ୍ୟ ପାଠ କରିଛି। ସେ କହିଛି, “ବିଭିନ୍ନ ସ୍ଥାନରେ ଥିବା ଭିଡିଓ ଓ ସୋଶାଲ ମିଡିଆରୁ ମୁସ୍କାନ ଖାନଙ୍କ ବିଷୟରେ ଜାଣିବାକୁ ପାଇଛି। ଭଉଣୀଙ୍କ ଏପରି ଆଚରଣ ବେଶ ପ୍ରଶଂସନୀୟ। ସେ ତକବୀର ନାରା ଦେଇ ସମସ୍ତଙ୍କୁ ଚୁପ କରିଛନ୍ତି। ଏଥିପାଇଁ ମୁଁ ତାଙ୍କ ପାଇଁ ଗୋଟିଏ କବିତା ରଚନା କରିଛି।”

କବିତା ପଢ଼ିବା ପରେ ଜୱାହିରୀ ହିଜାବ ବ୍ୟାନ କରିଥିବା ଦେଶଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲା। ଏଥିସହ ପାକିସ୍ତାନ ଓ ବାଂଲାଦେଶ ପଶ୍ଚିମ ଦେଶଗୁଡ଼ିକର ବନ୍ଧୁ ସାଜିଥିବାରୁ ସେମାନଙ୍କୁ ମଧ୍ୟ ସେ ଟାର୍ଗେଟ କରିଛି।

ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ କାଏଦାର କମାଣ୍ଡର ଥିବା ଜୱାହିରୀ ସଂଗଠନର ମୁଖିଆ ହୋଇଥିଲା। ୨୦୨୦ରେ ସେ ପ୍ରାଣ ହରାଇଥିବା ଖବର ମିଳିଥିଲେ ମଧ୍ୟ ଅଲକାଏଦା ଏହାକୁ ଖଣ୍ଡନ କରିଥିଲା। ସେହିପରି ସଂଗଠନ ପକ୍ଷରୁ ଗତବର୍ଷ ନଭେମ୍ବର ଜୱାହିରୀର ଗୋଟିଏ ଭିଡିଓ ଜାରି କରାଯାଇଥିଲେ। ଏବେ ସେ ପୁଣି ଭିଡିଓ ଜାରି କରି ହଜାବ ବିବାଦରେ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରିଛି।

The post ହିଜାବ ବିବାଦରେ ମୁଣ୍ଡ ଖେଳାଇଲା, ଭାରତୀୟ ମୁସଲମାନଙ୍କୁ ଉସକାଇଲା ଅଲକାଏଦା appeared first on Odisha Reporter.



from Odisha Reporter https://ift.tt/R65kbtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages