ଗୋଟିଏ ଓଭର୍‌ରେ ଖେଳ ଖତମ କଲେ କମିନ୍ସ, ମୁମ୍ବାଇର ହ୍ୟାଟ୍ରିକ ପରାଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 6, 2022

ଗୋଟିଏ ଓଭର୍‌ରେ ଖେଳ ଖତମ କଲେ କମିନ୍ସ, ମୁମ୍ବାଇର ହ୍ୟାଟ୍ରିକ ପରାଜୟ

ପୁଣେ: ଶେଷ ୫ ଓଭର୍‌ରେ କୋଲକାତା ନାଇଟ ରାଇଡର୍ସକୁ ଜିତିବା ପାଇଁ ୩୫ ରନ୍‌ର ଆବଶ୍ୟକ ଥିଲା। ଷ୍ଟ୍ରାଇକରେ ଥିଲେ ପାଟ କମିନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଡାନିଏଲ ସାମ୍ସ। ଲାଗୁଥିଲା ମ୍ୟାଚ୍ ଶେଷ ଓଭର ଯାଏ ଯିବ।

ହେଲେ କମିନ୍ସ ଗୋଟିଏ ଓଭରରେ ହିଁ ୩୫ ରନ୍ ଆଦାୟ କରି ମ୍ୟାଚ୍‌ ଶେଷ କରିଦେଇଛନ୍ତି। ଏହି ଓଭରର ପ୍ରଥମ ବଲରେ କମିନ୍ସ ଗୋଟିଏ ଛକା ମାରିଥିଲେ। ୨ୟ ବଲରେ ଚୌକା, ତୃତୀୟ ଓ ୪ର୍ଥ ବଲରେ ପୁଣି ୨ଟି ଛକା ମାରିଥିଲେ। ଏହାପରେ ନୋବଲରେ ୨ ରନ୍ ଆଦାୟ କରିଥିଲେ। ଫ୍ରି ହିଟରେ ୪ ଓ ଓଭରର ଶେଷ ବଲରେ ପୁଣି ଛକା ମାରି କମିନ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ସେ ଗୋଟିଏ ଓଭରରେ ୩୫ ରନ୍ ହାସଲ କରି କୋଲକାତାକୁ ଚଳିତ ସିଜିନରେ ତୃତୀୟ ବିଜୟ ଭେଟି ଦେଇଛନ୍ତି। ସେହିପରି ମୁମ୍ବାଇ ଚଳିତ ଆଇପିଏଲରେ ହ୍ୟାଟ୍ରିକ ପରାଜୟ ବରଣ କରିଛି। କୋଲକାତା ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ମାତ୍ର ୧୫ ବଲରେ ଅପରାଜିତ ୫୬ ରନର ଇନିଂସ ଖେଳିଥିବା କମିନ୍ସ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ଏହି ଇନିଂସରେ ୪ଟି ଚୌକା ଓ ୬ଟି ବିଶାଳ ଛକା ମାରିଛନ୍ତି।

ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୫୨, ତିଲକ ବର୍ମା ଅପରାଜିତ ୩୮ ଓ କାଏରନ ପୋଲାର୍ଡ ଶେଷ ଭାଗରେ ମାତ୍ର ୫ ବଲ ଖେଳି ୨୨ ରନ୍ କରିଥିଲେ।

ଏହାର ଜବାବରେ କୋଲକାତା କମିନ୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଭେଙ୍କଟେଶ ଆୟରଙ୍କ ଅପରାଜିତ ୫୦ ରନ୍‌ ବଳରେ ୨୪ ବଲ ପୂର୍ବରୁ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି। ୫ ୱିକେଟ ବିଜୟ ସହ କୋଲକାତା ପଏଣ୍ଟ ଟେବୁଲରେ ରାଜସ୍ଥାନକୁ ପଛରେ ପକାଇ ୧ନଂ ସ୍ଥାନ ଦଖଲ କରି ନେଇଛି।

୧୬୨ ରନ୍‌ର ପିଛା କରୁଥିବା କୋଲକାତା ଆରମ୍ଭରୁ ଅଜିଙ୍କ୍ୟ ରାହାଣେ(୭)ଙ୍କୁ ହରାଇଥିଲା। ଏହାପରେ ଶ୍ରେୟସ ଆୟର ୧୦ ରନ୍‌ କରି ସାମ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସାମ ବିଲିଙ୍ଗ୍ସ(୧୭) ଓ ନୀତୀଶ ରାଣା(୮) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ଆନ୍ଦ୍ରେ ରସେଲ ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଟାୟମଲ ମିଲ୍ସଙ୍କ ଖାତାକୁ ଯାଇଥିଲା।

୧୩.୧ ଓଭର୍‌ ବେଳକୁ କୋଲକାତା ୧୦୧ ରନ୍‌ରେ ୫ ୱିକେଟ ହରାଇଥିଲା। କିନ୍ତୁ ଏହାପରେ କମିନ୍ସ ଓ ଆୟର ଯୋଡ଼ି ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ବିଶେଷ କରି କମିନ୍ସଙ୍କ ବ୍ୟାଟରୁ ୧୬ତମ ଓଭର୍‌ରେ ରନ ବର୍ଷା ହୋଇଥିଲା।

ଚଳିତ ଆଇପିଏଲରେ ଏହା କମିନ୍ସଙ୍କ ପ୍ରଥମ ମ୍ୟାଚ୍‌ ଥିଲା। ପ୍ରଥମ ମ୍ୟାଚ୍‌ରେ ସେ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ କେଏଲ ରାହୁଲଙ୍କ ସମକକ୍ଷ ହୋଇ ଯାଇଛନ୍ତି। କମିନ୍ସ ମାତ୍ର ୧୪ଟି ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂର୍ବରୁ ରାହୁଲ ମଧ୍ୟ ସମାନ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

The post ଗୋଟିଏ ଓଭର୍‌ରେ ଖେଳ ଖତମ କଲେ କମିନ୍ସ, ମୁମ୍ବାଇର ହ୍ୟାଟ୍ରିକ ପରାଜୟ appeared first on Odisha Reporter.



from Odisha Reporter https://ift.tt/Neohd6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages