ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 14, 2022

ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି । ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏପରି ଘଟଣା ଗତକାଲି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଘଟିଥିଲା।

ମୋରଡ଼ା ବଜାରରେ ଉଡ଼ା ପର୍ବ ପାଳନ ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ତେବେ ଡିଜେ ଗାଡ଼ିଗୁଡ଼ିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ୨୦ରୁ ୨୫ ଫୁଟ ଉଚ୍ଚ ଯାଏଁ ମାଇକ ଓ ଲାଇଟ୍ ବନ୍ଧା ଯାଇଥିଲା । ଏହି କାରଣରୁ ଏକ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ହିଁ ଓଲଟି ପଡ଼ିଥିଲା ।

। ଫଳରେ ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି  ପ୍ରଥମେ ବାରମାଇଲ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଡିଜେ ଗାଡ଼ିଗୁଡ଼ିକ ପାଶ୍ୱବର୍ତ୍ତୀ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଜଳେଶ୍ଵର ଅଞ୍ଚଳରୁ ଆସିଥିବା ବେଳେ ଓଲଟି ପଡିଥିବା ଭୁଟୁଭୁଟି ଗାଡ଼ିର ମାଲିକ ଓ କର୍ମଚାରୀ ଫେରାର ହୋଇ  ଯାଇଛନ୍ତି। ଡିଜେ ବ୍ୟାନ୍ ଥିବା ବେଳେ ଏହି ଗାଡ଼ିଗୁଡ଼ିକ କିପରି ସେଠାରେ ଏତେ ଶଦ୍ଦ କରୁଥିଲେ ଏବଂ କାହାଠୁ ପରମିଶନ ନେଇଥିଲେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ  । ପୁଲିସ୍‌ ଘଟଣାସ୍ଥଳରେ ପହିଞ୍ଚି ଡିଜେ ଗାଡ଼ିକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି

The post ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ appeared first on Odisha Reporter.



from Odisha Reporter https://ift.tt/sMu2dKG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages